ଜଗତସିଂହପୁର: ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ । ଆଜି ଜିଲ୍ଲାରେ 63 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପାରାଦୀପରୁ ସର୍ବାଧିକ 16 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲିକୁଦା ବ୍ଲକରୁ 8, ବିରିଡିରୁ 4, ଏରସମାରୁ 5, କୁଜଙ୍ଗରୁ 3, ନାଉଗାଁରୁ 5, ତିତ୍ତୋଲରୁ 9, ରଘୁନାଥପୁରୁ 4 ,ଜଗତସିଂହପୁରରୁ 8, ଜଗତସିଂହପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।
![ଜଗତସିଂହପୁରରେ ବଢୁଛି ସଂକ୍ରମଣ, ବେଡ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି](https://etvbharatimages.akamaized.net/etvbharat/prod-images/od-jsp-avo-o1-od10021_22042021181855_2204f_1619095735_501.jpg)
ଜିଲ୍ଲାରେ ଦ୍ରୁତ ସଂକ୍ରମଣ କାରଣରୁ ଜିଲାସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାରାଦ୍ବୀପ ଠାରେ କୋଭିଡ ହସ୍ପିଟାଲର ବେଡ଼ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଯେପରି କୋଭିଡ ଚିକିତ୍ସା ଠିକ ଭାବେ କରାଯିବ ତାକୁ ନେଇ ଗୁରୁତ୍ବ ଆରୋପ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ