ETV Bharat / state

ଡାକ୍ତରଙ୍କ ଅବସର ଗ୍ରହଣ ପରେ ହୋମିଓପାଥିକ ଚିକିତ୍ସାଳୟ ବନ୍ଦ - ଡାକ୍ତରଙ୍କ ଅବସର ପରେ ଚିକିତ୍ସାଳୟ ବନ୍ଦ

ଜଗତସିଂହପୁର ଜିଲ୍ଲା ପୌର ପରିଷଦ ଅଧିନରେ ଥିବା ହୋମିଓପାଥିକ ଚିକିତ୍ସାଳୟ ବନ୍ଦ । ଚିକିତ୍ସାରୁ ବଞ୍ଚିତ ଗ୍ରାମବାସୀ । ଅଧିକ ପଢନ୍ତୁ

homeopathic medical issue
homeopathic medical issue
author img

By ETV Bharat Odisha Team

Published : Oct 5, 2023, 8:08 AM IST

Updated : Oct 5, 2023, 11:00 AM IST

ହୋମିଓପାଥିକ ଚିକିତ୍ସାଳୟ ବନ୍ଦ

ଜଗତସିଂହପୁର: ପୌର ହୋମିଓପାଥିକ ଚିକିତ୍ସାଳୟରେ ଅଚଳାବସ୍ଥା । ଡାକ୍ତର ଅବସର ନେଲା ପରେ ଚିକିତ୍ସାଳୟ ବନ୍ଦ । ତେବେ ଜଗତସିଂହପୁର ଜିଲ୍ଲା ପୌର ପରିଷଦ ଅଧିନରେ ଥିବା ହୋମିଓପାଥିକ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ୧୫ ଦିନ ତଳେ ଅବସର ଗ୍ରହଣ କରିଛନ୍ତି । ଫଳରେ ସେହି ଦିନଠାରୁ ଜଗତସିଂହପୁର ହୋମିଓପାଥିକ ମେଡ଼ିକାଲରେ ତାଲା ଝୁଲୁଛି ।

ତେବେ ଦୀର୍ଘ ୩୩ ବର୍ଷ ପରେ ଜଗତସିଂହପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ହୋମିଓପାଥିକ ମେଡ଼ିକାଲ ବନ୍ଦ ହୋଇ ପଡ଼ି ରହିଛି । ମୁଖ୍ୟ ଚିକିତ୍ସା ଅଧିକାରୀ ଭାବରେ ଡକ୍ଟର ସରୋଜ କୁମାର ଷଡ଼ଙ୍ଗୀ ୧୫ ଦିନ ତଳେ ଅବସର ଗ୍ରହଣ କରିଛନ୍ତି । ଫଳରେ ସେହି ସେହିଦିନ ଠାରୁ ଜଗତସିଂହପୁର ହୋମିଓପାଥିକ ମେଡ଼ିକାଲ ବନ୍ଦ ହୋଇଛି । କମ ଖର୍ଚ୍ଚରେ ରୋଗ ଭଲ ହେଉଥିବା ହୋମିଓପ୍ୟାଥିକ ଚିକିତ୍ସାଳୟ ଏବେ ଜଗତସିଂହପୁରବାସୀଙ୍କ ପାଇଁ ଇତିହାସ ପାଲଟିଛି ।

ରାଜ୍ୟ ସରକାର ବିଭିନ୍ନ ପୌର ପରିଷଦରେ ଅଞ୍ଚଳବାସୀଙ୍କୁ ସେବା ଯୋଗାଇ ଦେବା ପାଇଁ ୯୮ଟି ସ୍ଥାନରେ ହୋମିଓପାଥିକ ଚିକିତ୍ସାଳୟ ଖୋଲିଥିଲେ । ଆଉ ସେଥି ମଧ୍ୟରୁ ୬୬ଟି ହୋମିଓପାଥିକ ମେଡ଼ିକାଲ ବନ୍ଦ ହୋଇ ସାରିଲାଣି । ଯାହା ସାଧାରଣ ଗରିବ ଲୋକଙ୍କ ଚିକିତ୍ସା ଉପରେ ଗଭୀର ପ୍ରଭାବ ପକାଇଛି । ତେବେ ୧୯୮୮ ମସିହାରେ ରାଜ୍ୟ ସରକାର ବିଭିନ୍ନ ବିଜ୍ଞାପିତ ଅଞ୍ଚଳରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ହୋମିଓପାଥିକ ମେଡ଼ିକାଲ ଖୋଲିଥିଲେ। ସେ ସମୟରେ ପ୍ରତି ହୋମିଓପାଥିକ ମେଡ଼ିକାଲରେ ଜଣେ ଲେଖାଏଁ ଡାକ୍ତର ନିଯୁକ୍ତି କରାଯାଇଥିଲା । ଏହାର ପରିଚାଳନା ଭାର ପୌର ପରିଷଦକୁ ହସ୍ତାନ୍ତର କରିଥିଲେ ରାଜ୍ୟ ସରକାର । କିନ୍ତୁ ହୋମିଓପାଥିକ ଡାକ୍ତର ମାନଙ୍କୁ ସରକାର ଲୋକାଲ ଫଣ୍ଡ ସର୍ଭିସ କ୍ୟାଡରରେ ସାମିଲ କଲେ ନାହିଁ । ଫଳରେ ଯେଉଁମାନେ ଅବସର ନେଲେ ସେଠାରେ ଚିକିତ୍ସାଳୟ ବନ୍ଦ ହୋଇଗଲା ।

ଏହା ମଧ୍ୟ ପଢନ୍ତୁ- ଜରାଜୀର୍ଣ୍ଣ ଅବସ୍ଥାରେ ତାଳଚେର ମେଡ଼ିକାଲ କଲେଜ, କାର୍ଯ୍ୟକ୍ଷମ କରିବାକୁ ଦାବି

ସେହିପରି ଏହି ସମସ୍ୟାକୁ ନେଇ ପୂର୍ବତନ ପୌରାଧକ୍ଷ ବିପ୍ଲବ ଚୌଧୁରୀ କହିଛନ୍ତି ଯେ,"ଜଗତସିଂହପୁର ପୌର ପ୍ରଶାସନ ନିଜସ୍ୱ ଖର୍ଚ୍ଚରେ ହୋମିଓପ୍ୟାଥିକ ମେଡ଼ିକାଲରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି । ଗରିବ ଓ ବିଶେଷ ଭାବରେ ନବଜାତକ ମାନଙ୍କ ହୋମିଓପାଥିକ ଚିକିତ୍ସା ପାଇଁ ଲୋକେ ଏହି ହସ୍ପିଟାଲକୁ ଆସିଥାନ୍ତି । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହା କରିବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ।"

ଇଟିଭି ଭାରତ, ଜଗତସିଂହପୁର

Last Updated : Oct 5, 2023, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.