ETV Bharat / state

Hockey World Cup 2023: ଖେଳ ଦେଖିବାକୁ ଲାଗିଛି ବଡ ପରଦା, ହେଲେ ଚେୟାର ଖାଲି - ଜଗତସିଂହପୁରରେ ଜିଲ୍ଲା ପ୍ରାଶାସନ

ଜଗତସିଂହପୁରରେ ଜିଲ୍ଲା ପ୍ରାଶାସନ ତରଫରୁ ହକି ମ୍ୟାଚ ଦେଖିବାକୁ ହୋଇଥିଲା ବ୍ୟବସ୍ଥା । କିନ୍ତୁ କେହି ଜଣେ ମ୍ୟାଚ ଦେଖିବାକୁ ଆସିଲେ ନାହିଁ ଦର୍ଶକ । ଅଧିକ ପଢନ୍ତୁ

FIH Hockey World Cup
FIH Hockey World Cup
author img

By

Published : Jan 14, 2023, 5:05 PM IST

FIH Hockey World Cup

ଜଗତସିଂହପୁର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ । ଦ୍ବିତୀୟ ଥର ପାଇଁ ଓଡିଶାରେ ବିଶ୍ବକପର ଆୟୋଜନ ହୋଇଥିବା ବେଳେ ଉଦଘାଟନୀ ଉତ୍ସବ ପରେ ପରେ ଗତକାଲି ୪ ମ୍ୟାଚ ହୋଇଥିଲା । ତେବେ ମ୍ୟାଚ ପୂର୍ବରୁ ରାଜ୍ୟର ପ୍ରତି ଜିଲ୍ଲାକୁ ଯାତ୍ରା କରିଥିଲା ହକି ବିଶ୍ବକପ ଟ୍ରଫି । ରାଜ୍ୟର ୩୦ ଜିଲ୍ଲାକୁ ବିଶ୍ୱକପ ଟ୍ରଫି ପରିକ୍ରମା କରିବା ସହ ପଞ୍ଚାୟତସ୍ତରରୁ ଲୋକଙ୍କୁ ଯୋଡିବାକୁ ପ୍ରୟାସ କରାଯାଇଥିଲା ।

ସେହିପରି ପ୍ରତ୍ୟେକ ଜିଲ୍ଲାରେ ପରଦା ମାଧ୍ୟମରେ ହକି ମ୍ୟାଚର ସିଧାପ୍ରସାରଣ ଜରିଆରେ ଲୋକଙ୍କୁ ଦେଖାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜଗତସିଂହପୁରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ସ୍ଥାନରେ ବଡ଼ ପରଦା ମାଧ୍ୟମ ରେ ବିଶ୍ୱକପ ହକିର ସିଧାପ୍ରସାରଣ ଦେଖିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ କିନ୍ତୁ ଦେଖିବାକୁ କେହି ଦର୍ଶକ ଆସିନଥିଲେ ।

ରାଜ୍ୟର କୋଣ ଅନୁକୋଣରେ ହକିକୁ ନେଇ ଉତ୍ସାହ ଦେଖା ଦେଇଥିବା ବେଳେ ଏଠାରେ ହକିକୁ ନେଇ ଲୋକଙ୍କ ମଧ୍ୟରେ ଯେମିତି କୌଣସି ଉତ୍ସାହ ନଥିବା ପରି ମନେହେଉଥିଲା । ଗତକାଲି ସନ୍ଧ୍ୟାରେ ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ପ୍ରଶାସନ ପକ୍ଷରୁ ଖେଳ ଦେଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବଡ଼ ପରଦା ସାଙ୍ଗକୁ ଚେୟାର ମଧ୍ୟ ପଡିଥିଲା, କିନ୍ତୁ ଜଣେ ବି କେହି ଦର୍ଶକ ଆସିନଥିବା ଦେଖିବାକୁ ମିଳିଥିଲା । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।

ସନ୍ଧ୍ୟା ସମସ୍ତରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ ବନାମ ସ୍ପେନ ମ୍ୟାଚ ଆରମ୍ଭ ହୋଇଥିଲା । ଯାହାକୁ ନେଇ ପୁରା ଉତ୍ସାହିତ ଥିଲେ କ୍ରିଡା ପ୍ରେମୀ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମରେ ଦର୍ଶକକଙ୍କ ଖଚାଖଚ ଭିଡ ହେବା ସାଙ୍ଗକୁ ହୋ ହଲ୍ଲାରେ କମ୍ପି ଉଠିଥିଲା ଷ୍ଟାଡିୟମ । ଏହି ମ୍ୟାଚରେ ଭାରତ ୨-୦ ଗୋଲରେ ବିଜୟୀ ହୋଇ ସ୍ପେନକୁ ମାତ ଦେଇଥିଲା । ସେହିପରି ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଭୁବନେଶ୍ବରରେ ହୋଇଥିଲା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧-୦ରେ ପରାସ୍ତ କରିଥିଲା ଆର୍ଜେଣ୍ଟିନା । ଦ୍ବିତୀୟ ମ୍ୟାଚରେ ଫ୍ରାନ୍ସକୁ ୮-୦ରେ ହରାଇଥିଲା ଅଷ୍ଟ୍ରେଲିଆ । ତୃତୀୟ ମ୍ୟାଚ ରାଉରକେଲା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ମ୍ୟାଚ ଖେଳାଯାଇଥିବା ବେଳେ ୱେଲ୍ସକୁ ୫-୦ ଗୋଲ୍‌ରେ ପରାସ୍ତ କରିଥିଲା ଇଂଲଣ୍ଡ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.