ETV Bharat / state

ଖବର ପ୍ରସାରଣ ପରେ 4 ଶିଶୁଙ୍କୁ ମିଳିଲା 4 ଲକ୍ଷ ଟଙ୍କା ସହାୟତା

author img

By

Published : Jun 16, 2020, 4:32 PM IST

Updated : Jun 16, 2020, 5:44 PM IST

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସହାୟତା ପ୍ରଦାନ କଲା ପ୍ରଶାସନ । ଅସହାୟ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ଖବର ପ୍ରସାରଣ ପରେ ଅନାଥ ଶିଶୁଙ୍କୁ ମିଳିଲା 4 ଲକ୍ଷ ଟଙ୍କାର ସହାୟତା

ଜଗତସିଂହପୁର: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସହାୟତା ପ୍ରଦାନ କଲା ପ୍ରଶାସନ । ଅସହାୟ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ସୂଚନାଯୋଗ୍ୟ ଯେ, ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ପେତେଇପୁର ଗ୍ରାମର ସ୍ବର୍ଣ୍ଣାଲତା ବାରିକ ଓ ତାଙ୍କ 4 ପିଲାଙ୍କୁ ଧରି କଲ ନାଳବନ୍ଧ କଡରେ ଏକ କୁଡ଼ିଆରେ ଦୀର୍ଘ ଦିନ ଧରି ରହି ଆସୁଥିଲେ । ଦିନେ ହଠାତ ସେ କୁଡ଼ିଆ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ନାଗସାପ ଦଂଶନ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପ୍ରସାରଣ ପରେ 4 ଶିଶୁଙ୍କୁ ମିଳିଲା 4 ଲକ୍ଷ ଟଙ୍କା ସହାୟତା

ସ୍ବର୍ଣ୍ଣଲତାଙ୍କ ମୃତ୍ୟୁ ପରେ ତାଙ୍କ 4ଟି ପିଲା ବାପାମା’ଛେଉଣ୍ଡ ହୋଇ ଯାଇଥିଲେ । ପିଲାମାନେ ଭୋକଉପାସରେ ରହିବା ସହ ଅନ୍ୟ ଘରୁ ମାଗିଯାଚି ଅତି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିଲେ । ଏ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇ ଥିବା ସୂଚନା ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jun 16, 2020, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.