ETV Bharat / state

ଜଗତସିଂହପୁରରେ ଦିନ ତମାମ ଲଗାଣ ବର୍ଷା, ଜନଜୀବନ ପ୍ରଭାବିତ - ଜଗତସିଂହପୁର

ଜିଲ୍ଲାରେ ମଙ୍ଗଳବାର ଦିନ ତମାମ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଏହାକୁ ନେଇ ଜନଜୀବନ ପ୍ରଭାବିତ ହୋଇଛି । ମଙ୍ଗଳବାର ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।

ଜଗତସିଂହପୁରରେ ଦିନ ତମାମ ଲଗାଣ ବର୍ଷା, ଜନଜୀବନ ପ୍ରଭାବିତ

author img

By

Published : Aug 25, 2020, 7:55 PM IST

ଜଗତସିଂହପୁର: ଜିଲ୍ଲାରେ ମଙ୍ଗଳବାର ଦିନ ତମାମ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଏହାକୁ ନେଇ ଜନଜୀବନ ପ୍ରଭାବିତ ହୋଇଛି । ମଙ୍ଗଳବାର ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଜିଲ୍ଲାରେ ସର୍ବାଧିକ ବର୍ଷା ଏରସମାରେ ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି ।

ପ୍ରବଳ ବର୍ଷା ଫଳରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଜଳମଗ୍ନ ହୋଇଯାଇଥିଲା । ସେହିପରି ବିରିଡି ବ୍ଲକର ବିଭିନ୍ନ ଖାଲୁଆ ଅଞ୍ଚଳରେ ପାଣି ମାଡିଯାଇଛି । ନାଉଗାଁ, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ ଓ ଏରସମାର ବିଭିନ୍ନ ଖାଲୁଆ ଅଞ୍ଚଳରେ ପାଣି ପଶିଯିବା ସହିତ ପାନ ବରଜ ଓ ପନିପରିବା ଫସଲ ନଷ୍ଟ ହୋଇଛି ।

ଜଗତସିଂହପୁରରେ ଦିନ ତମାମ ଲଗାଣ ବର୍ଷା, ଜନଜୀବନ ପ୍ରଭାବିତ

ଆସନ୍ତା24 ଘଣ୍ଟା ମଧ୍ୟରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି । ତେବେ ପ୍ରଶାସନ ପକ୍ଷରୁ ଆତଙ୍କିତ ନ ହେବାକୁ ନିବେଦନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.