ETV Bharat / state

ଲଗାଣ ବର୍ଷା ଯୋଗୁଁ 60 ହଜାର ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ - heavy rain fall in jagatsinghpur

ଜଗତସିଂହପୁରରେ ପୂର୍ବରୁ ଜଳାଭାଵ ଯୋଗୁ ଖରିଫ ଧାନଚାଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ଦୁଇ ଦୁଇ ଥର ଲଘୁଚାପ ଜନିତ ଲଗାଣ ବର୍ଷା ଏବେ ଚାଷକୁ ସମ୍ପୂର୍ଣ୍ଣ ଉଜାଡି ଦେଇଛି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି ।

ଲଗାଣ ବର୍ଷା ଯୋଗୁଁ 60 ହଜାର ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

author img

By

Published : Aug 26, 2020, 7:58 PM IST

ଜଗତସିଂହପୁର: ଲଗାଣ ବର୍ଷାରେ ବେହାଲ ଜଗତସିଂହପୁର ଜିଲ୍ଲା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର 60 ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ପୂର୍ବରୁ ଜଳାଭାଵ ଯୋଗୁ ଖରିଫ ଧାନଚାଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ଦୁଇ ଦୁଇ ଥର ଲଘୁଚାପ ଜନିତ ଲଗାଣ ବର୍ଷା ଏବେ ଚାଷକୁ ସମ୍ପୂର୍ଣ୍ଣ ଉଜାଡି ଦେଇଛି ।

ମୂଷଳଧାରା ବର୍ଷା ଯୋଗୁଁ ରଘୁନାଥପୁର ବ୍ଳକର ଅୟର, ଜିରା, ରାଢ଼ଙ୍ଗ, ରେଢୁଆ, କଳିଙ୍ଗା, ପୂଜା, ମୁରୁଣିଆ, ବିସପାତଲ, ତ୍ରିତଲ ବ୍ଲକ ର କନକପୁର, ତେନ୍ତୁଳିପଦ, ବିସନପୁର, ଏରସମା ବ୍ଲକର ପଦ୍ମପୁର, ଗୋଡ଼ା, ଜପା, ଗଡ଼ ବିସନପୁର, ଆଦି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଛି । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ଠିକ ଭାବେ ପରିଚାଳନା ହେଉନଥିବାରୁ ଚାଷଜମି ଗୁଡିକରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ବ୍ୟାପକ ଭାବରେ ଫସଲ ନଷ୍ଟ ହେଉଛି।

ଲଗାଣ ବର୍ଷା ଯୋଗୁଁ 60 ହଜାର ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ତେବେ ଜିଲ୍ଲା ପ୍ରଶାସନ, କୃଷି ବିଭାଗ ଅଧିକାରୀ ଓ ଡ୍ରେନେଜ ବିଭାଗର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.