ETV Bharat / state

ଉପକୂଳ ଓଡିଶାରେ ରେକର୍ଡ ଭାଙ୍ଗୁଛି ତାତି

ଚଳିତ ବର୍ଷ ଉପକୂଳ ଓଡିଶାରେ ସମସ୍ତ ରେକର୍ଡ ଭାଙ୍ଗୁଛି ତାତି । ପଶ୍ଚିମ ଓଡିଶା ସହ ଏଥର ଉପକୂଳ ଓଡିଶାରେ ମଧ୍ୟ ଅନୁଭୂତ ହେଉଛି ପ୍ରବଳ ଗରମ ଓ ଖରା । ସକାଳ 8ଟା ପରେ ବାହାରକୁ ବାହାରିବା ହୋଇ ପଡୁଛି ମୁସ୍କିଲ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : May 28, 2019, 9:32 PM IST

Updated : May 28, 2019, 10:28 PM IST

ଜଗତସିଂହପୁର: ସାରା ରାଜ୍ୟ ଏବେ ସୂର୍ଯ୍ୟଙ୍କ ଉତ୍ତାପରେ ଉତ୍ତପ୍ତ । ସେଥିରୁ ବାଦ ପଡି ନାହିଁ ଉପକୂଳ ଜିଲ୍ଲା ଜଗତସିଂହପୁର । ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ । ସମ୍ପ୍ରତି ଜଗତସିଂହପୁର ଜିଲ୍ଲାର 4ଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ସକାଳ 8ଟାରୁ ରାସ୍ତା ଘାଟ ଜନଶୂନ୍ୟ ହୋଇ ପଡୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଏତେ ମାତ୍ରାରେ ଖରା ହେଉଛି ଯେ ସକାଳ 8ଟା ପରେ ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ପଶ୍ଚିମ ଓଡିଶା ସହ ଏଥର ଉପକୂଳ ଜିଲ୍ଲାର ତାପମାତ୍ରା ମଧ୍ୟ ରେକର୍ଡ ଭାଙ୍ଗିଛି । ଜଗତସିଂହପୁର ଜିଲ୍ଲାର ସାଧାରଣ ତାପମାତ୍ରା ଠାରୁ 4 ରୁ5 ଡିଗ୍ରୀ ଅଧିକ ରହିଛି ପାରଦ । ଯାହାକୁ ନେଇ ଜନ ଜୀବନ ପ୍ରଭାବିତ ହୋଇଛି । ସରକାରୀ ଅଫିସ ସକାଳୁଆ ହୋଇଥିଲେ ବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡ ଦେଖିବାକୁ ମିଳୁନି । ଗ୍ରୀଷ୍ମପ୍ରବାହ ଯୋଗୁଁ ସହରରେ ଅଘୋଷିତ କର୍ଫ୍ୟୁ ଜାରି ହୋଇଥିବା ଭଳି ମନେ ହେଉଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro: ତତଲା କଡେ଼ଇ ରେ ଆଉଟୁପାଉଟୁ ଉପକୂଳ ଜିଲା ଜଗତସିଂହପୁର। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ, ସମ୍ପ୍ରତି ଜଗତସିଂହପୁର ଜିଲ୍ଲାର 4ଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି, ସକାଳ8ରୁ ରାସ୍ତା ଘାଟ ଜନ ଶୂନ୍ୟ ହେବା ସହ ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି।ଉପକୂଳ ଜିଲାରେ ତାପମାତ୍ର ରେକର୍ଡ ଭାଙ୍ଗିଛି।ଜଗତସିଂହପୁର ଜିଲ୍ଲାର ସାଧାରଣ ତାପମାତ୍ରା ଠାରୁ4 ରୁ5 ଡିଗ୍ରୀ ଅଧିକ ରହିଛି।ଯାହାକୁ ନେଇ ଜନ ଜୀବନ ପ୍ରଭାବିତ ହୋଇଛି।ସରକାରୀ ଅଫିସ ସକାଳୁଆ ହୋଇଥିଲା ବି ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ଭିଡ ଦେଖିବାକୁ ମିଳୁନି। ଗ୍ରୀଷ୍ମପ୍ରବାହ ଯୋଗୁଁ ଜଗତସିଂହପୁର ସହରରେ ଅଘୋଷିତ କର୍ଫୁ ଜାରି ହୋଇଥିବା ଦେଖିବାକୁ ମିଳୁଛି।

Body:ତତଲା କଡେଇ ରେ ଜଗତସିଂହପୁର ସହର

Conclusion:
Last Updated : May 28, 2019, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.