ଜଗତସିଂହପୁର: ଜିଲ୍ଲାରେ କୋଭିଡ ଟୀକାକରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି । ଜଗତସିଂହପୁର ଜିଲ୍ଲାରେ ମାତ୍ର 76 ପ୍ରତିଶତ କୋଭିଡ ଟୀକାକରଣ କରାଯାଇଛି । ଏହାକୁ ଶତ ପ୍ରତିଶତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି ଜିଲ୍ଲାପାଳଙ୍କୁ ପତ୍ର ଲେଖିଛି ।
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଯେତିକି ଟିକା ପହଞ୍ଚିଛି ସେଥି ମଧ୍ୟରୁ 24 ପ୍ରତିଶତ ଟିକା ଶୀତଳ ଭଣ୍ଡାରରେ ପଡିରହିଛି । ସେ ଟିକା ଗୁଡିକୁ ତୁରନ୍ତ ବିତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ପ୍ରଯ୍ୟାୟରେ ଜିଲ୍ଲାରେ ଅନଲାଇନ ମାଧ୍ୟମରେ 7 ହଜାର 9 ଶହ 52 ଜଣ ଟିକା ନେବାପାଇଁ ଆବେଦନ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ 5 ହଜାର 100 ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ