ETV Bharat / state

ଜଗତସିଂହପୁରର ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଗିରଫ, ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

author img

By ETV Bharat Odisha Team

Published : Nov 18, 2023, 10:05 PM IST

ଜଗତସିଂହପୁର ପୋଲିସକୁ ବଡ ସଫଳତା । ଦୁର୍ଦ୍ଦାନ୍ତ ଅପରାଧୀ ପପୁ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ Hardcore Criminal Papu Arrested

hardcore criminal papu arrested
ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଗିରଫ

ଜଗତସିଂହପୁର: ଜଗତସିଂହପୁର ପୋଲିସକୁ ମିଳିଛି ବଡ ସଫଳତା । ଗିରଫ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ପପୁ ସିଂ । ପୋଲିସ ଆଜି ଦୁର୍ଦ୍ଦାନ୍ତ ଅପରାଧୀ ପପୁକୁ ଗିରଫ କରିବାରେ ସମର୍ଥ ହୋଇଛି । ପପୁ ନିକଟରୁ ଏକ ବନ୍ଧୁକ ସହିତ ଜୀବନ୍ତ ଗୁଳି ଜବତ ହୋଇଛି । ପୋଲିସ ପପୁକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସିଙ୍ଗାରପୁର ଅଞ୍ଚଳର ଦୁଃଖିଆ ସିଂଙ୍କ ପୁଅ ପପୁ ସିଂ କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଦାଦା ବଟି ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା । ଅନେକ ସମୟରେ ଠିକାଦାର ଓ ବ୍ୟବସାୟୀମାନଙ୍କୁ ଭୟଭୀତ କରି ବନ୍ଧୁକ ମୁନରେ ଅର୍ଥ ଆଦାୟ କରୁଥିଲା। ଏପରିକି ଟେଣ୍ଡର ଫିକ୍ସିଂ ଓ ବାଲିଘାଟ ନିଲାମୀରେ ମଧ୍ୟ ହସ୍ତକ୍ଷେପ କରି ପ୍ରଚୁର ଅର୍ଥ ଆଦାୟ କରିଆସୁଥିଲା ।

ଅଭିଯୁକ୍ତ ପପୁ ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାବେଳେ ପଡୋଶୀ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ମଧ୍ୟ ମାମଲା ରହିଛି । ସୂଚନା ଅନୁସାରେ, ଆଜି ବିରିଡି ଥାନା ଅନ୍ତର୍ଗତ ଜାଇଷୋଳଠାରେ ଥିବା ଏକ କୋଠରୀରେ ଅପରାଧ ଘଟାଇବା ପାଇଁ ପପୁ ଯୋଜନା ପ୍ରସ୍ତୁତ କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ଜଗତସିଂହପୁର ପୋଲିସର ସ୍ବତନ୍ତ୍ର ଟିମ ଅତର୍କିତ ଚଢ଼ାଉ କରି ପପୁକୁ ଧରିବାରେ ସକ୍ଷମ ହୋଇଛି । ପୋଲିସ ପପୁକୁ ଧରିବାକୁ ଯିବାବେଳେ ପପୁ ପୋଲିସ ଉପରକୁ ଗୁଳିଚାଳନା କରିଥିଲା । ହେଲେ ପୋଲିସର ପାଲଟା ଗୁଳିଚାଳନା ଯୋଗୁ ଅଭିଯୁକ୍ତ ପୋଲିସ ହାତରେ ଧରା ପଡିଛି ।

ଏହା ବି ପଢନ୍ତୁ...ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ: ଜୀବନ୍ତ ବୋମା, ବନ୍ଧୁକ ଓ ଗୁଳି ଜବତ

ଏହା ବି ପଢନ୍ତୁ...ପୁରୀ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଆହତ

ଅଭିଯୁକ୍ତ ପପୁକୁ କାବୁ କରି ଜଗତସିଂହପୁର ପୋଲିସ ତାକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୂର୍ବରୁ ତା ନାଁରେ ବେଆଇନ ବନ୍ଧୁକ କାରବାର, ଦାଦା ବଟି ଆଦାୟ, ଲୁଟ, ହତ୍ୟା, ଛିନତାଇ ଭଳି ଅପରାଧିକ ମାମଲା ରହିଥିବା ଜଣାପଡିଛି । ପୋଲିସ ଆଜି ଦାଦା ବଟି ଓ ବେଆଇନ ବନ୍ଧୁକ କାରବାରକୁ ନେଇ ମାମଲା ରୁଜୁ କରିଛି । ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଗିରଫ ହେବା ପରେ ସ୍ଥାନୀୟ ଲୋକେ ଆଶ୍ବସ୍ତି ଅନୁଭବ କରିଛନ୍ତି । ଜଗତସିଂହପୁର ଥାନାରେ ଅଭିଯୁକ୍ତ ପପୁ ନାଁରେ ପୂର୍ବରୁ 15ଟି ମାମଲା ଥିବା ଜଣାପଡିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.