ETV Bharat / state

ଧରାଧାମରୁ ବିଦାୟ ନେଲେ ଜଗତଜନନୀ, ଆରବର୍ଷକୁ ଅପେକ୍ଷା

ଜଗତସିଂହପୁର ଓ ରାଉରକେଲା ମା’ ଦୁର୍ଗାଙ୍କୁ ବିଦାୟ ଦେଲେ ଭକ୍ତ । ଶେଷ ହେଲା ଭସାଣ ଉତ୍ସବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 26, 2023, 7:58 AM IST

goddess durga immersion ceremony
goddess durga immersion ceremony
goddess durga immersion ceremony

ଜଗତସିଂହପୁର/ରାଉରକେଲା: ଧରାଧାମରୁ ବିଦାୟ ନେଲେ ଜଗତଜନନୀ ମା’ ଦୁର୍ଗା । ଜଗତସିଂହପୁରରେ ଶେଷ ହୋଇଛି ମା ଦୁର୍ଗାଣ ଭସାଣି ଉତ୍ସବ । ବୁଧବାର ଅପରାହ୍ନ 5ଟା ସମୟରେ ସହରର ୨୫ଟିରୁ ଅଧିକ ମେଢ଼ ବିରାଟ ପଟୁଆରରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ପହଞ୍ଚି ଥିଲା । ପ୍ରଥମେ ଥାନପତି ମହାଦେବ କ୍ଲବର ମେଢ ମେଲଣ ପଡିଆରେ ପହଞ୍ଚି ଥିଲା । ପରେ ପରେ ଅନ୍ୟ ମେଢ଼ ଗୁଡିକ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ଥାନପତି ମେଢ଼ ପକ୍ଷରୁ ସମସ୍ତ ମେଢ଼କୁ ଭୋଗ ଅର୍ପଣ କରାଯିବା ପରେ ମେଢ଼ ଗୁଡିକ ଅସ୍ଥାୟୀ ପୋଖରୀକୁ ବିସର୍ଜନ ପାଇଁ ନିଆଯାଇଥିଲା । ଭସାଣ ଉତ୍ସଵ ଦେଖିବା ପାଇଁ ସହରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଭସାଣ ଯୋଗୁଁ ସହରରେ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ ଖୋଲା ଯାଇଥିଲା । ଅପରାହ୍ନ ୪ଟାରୁ ସହର ମଧ୍ୟକୁ ଭାରିଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା । ଭାରିଯାନ ଗୁଡିକ ରାତି ୧୨ଟା ପରେ ସହର ମଧ୍ୟକୁ ପ୍ରବେଶ କରି ପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଧରାଧାମରୁ ବିଦାୟ ନେଲେ ମା' ଜଗତଜନନୀ, ଦେବୀଗଡାରୁ ଦର୍ଶନ କଲେ ହଜାର ହଜାର ଭକ୍ତ

ସେହିଭଳି ବସ ଗୁଡିକୁ ପୋଷ୍ଟ ଅଫିସ ଛକ ନିକଟ ଷ୍ଟାଣ୍ଡରେ ନ ରଖିବା ପାଇଁ ପୋଲିସ କଟକଣା ଜାରି କରିଥିଲା । ମେଢ଼ ଶୋଭାଯାତ୍ରା ସମୟରେ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଭସାଣ ଉତ୍ସବ ଦେଖିବା ପାଇଁ ସହରରେ ଲୋକଙ୍କ ଭିଡ ପରିଲଖିତ ହୋଇଥିଲା । ଦୀର୍ଘ ୪ ଦିନର ପୂଜା ପରେ ବୁଧବାର ମା’ଙ୍କୁ ମେଲାଣି ଦିଆଯାଇଥିଲା ।

ସେହିପରି ରାଉରକେଲାରେ ମଧ୍ୟ ମା’ଙ୍କ ମେଲାଣି ଶେଷ ହୋଇଛି । ଢୋଲ, ନିଶାନ୍ ଓ ବ୍ୟାଣ୍ଡ ବାଜାର ତାଳେ ତାଳେ ଜଗତଜନନୀଙ୍କୁ ବିଦାୟ ଦେଇଛନ୍ତି ଭକ୍ତ । ଷ୍ଟିଲସିଟି ରାଉରକେଲା ସହରରେ ଅନୁଷ୍ଠିତ ହୋଇଥିବା ୧୦୮ ଟି ମେଢ ମଧ୍ୟରୁ ବୁଧବାର ପ୍ରାୟ ୧୦୦ଟି ମେଢ ବିସର୍ଜନ କରାଯାଇଛି । ବ୍ରାହ୍ମଣୀ ନଦୀ କୂଳରେ ଥିବା ବାଲୁଘାଟ କୁତ୍ରିମ ପୋଖରୀରେ ମାଆଙ୍କୁ ବିସର୍ଜନ କରାଯାଇଛି । ଏଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ରାଉରକେଲା ମହାନଗର ନିଗମ ପକ୍ଷରୁ ଆଲୋକ ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୋଲିସ ମୁତୟନ କରାଯାଇଥିଲା । ବିସର୍ଜନ ଯେପରି ସୁରୁଖୁରୁରେ ହୋଇ ପାରିବ ସେଥିପାଇଁ ଦୁଇଟି କ୍ରେନର ବ୍ୟବସ୍ଥା କରାଯାଇଥିଲା ।

ସନ୍ଧ୍ୟାରେ ବିସର୍ଜନ ପର୍ବ ଆରମ୍ଭ ହୋଇ ଯାଇଥିବା ବେଳେ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା । ସମସ୍ତ ପୂଜା ପେଣ୍ଡାଲରୁ ଆସୁଥିବା ମୂର୍ତ୍ତି ସେକ୍ଟର ଅଞ୍ଚଳ ରିଙ୍ଗ ରୋଡ଼ ଦେଇ ସେକ୍ଟର ଦୁଇ, ସେକ୍ଟର ତିନି, ସେକ୍ଟର ୨୦, ସେକ୍ଟର ୫, ସେକ୍ଟର ୭, ସେକ୍ଟର ୮ ସହ ୯ ଦେଇ ସେକ୍ଟର ୧୩ ମେଲଣ ପଡିଆରେ ପହଞ୍ଚିବା ପରେ ସେଠାରୁ ପୁଣି ବାଲୁଘାଟ ନିକଟରେ ବସର୍ଜନ ଦିଆଯାଇଥିଲା । ମା’ ଦୁର୍ଗାଙ୍କୁ ଶେଷ ଥର ପାଇଁ ଦର୍ଶନ କରିବା ପାଇଁ ରାଉରକେଲା ସହରବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଜଗତସିଂହପୁର ଓ ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.