ETV Bharat / state

ବେଲପୋଖରୀ ଗାଁରେ ଗ୍ୟାସଟାଙ୍କି ବିସ୍ଫୋରଣ, 4 ଗୁରୁତର - ବେଲପୋଖରୀ ଗ୍ରାମ

ଜଗତସିଂହପୁର ଜିଲ୍ଲାର ବେଲପୋଖରୀ ଗାଁରେ ଗ୍ୟାସ ଟାଙ୍କି ବିସ୍ଫୋରଣରେ 4 ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ବେଲପୋଖରୀ ଗ୍ରାମରେ ଗ୍ୟାସଟାଙ୍କି ବିସ୍ଫୋରଣ, 4 ଗୁରୁତର

author img

By

Published : Jun 12, 2021, 6:46 PM IST

Updated : Jun 13, 2021, 10:57 AM IST

ଜଗତସିଂହପୁର: ସଦର ଥାନା ଅନ୍ତର୍ଗତ ବେଲପୋଖରୀ ଗାଁର 18 ନଂ ୱାର୍ଡରେ ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ 4 ଜଣ ଗୁରୁତର ହେବା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି ।

ବେଲପୋଖରୀ ଗାଁରେ ଗ୍ୟାସଟାଙ୍କି ବିସ୍ଫୋରଣ, 4 ଗୁରୁତର

ବେଲପୋଖରୀ ଗାଁର ବନିତା ପଲାଉରୀ ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କିଟି ବିସ୍ଫୋରଣ ହୋଇଥିଲା । ଫଳରେ ଘରେ ନିଆଁ ଲାଗିଯାଇଥିବାରୁ ପରିବାରର ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । 4 ଜଣଙ୍କ ମଧ୍ୟରୁ 2 ଜଣଙ୍କ ଶରୀର 90 ଭାଗ ପୋଡିଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗୁରୁତର ମାନେ ହେଲେ ବେଲପୋଖରୀ ଗାଁର ବନିତା ପଲାଉରୀ, ତାଙ୍କ ପୁଅ ସୁଜିତ ପଲାଉରୀ ସେମାନଙ୍କ ଅବସ୍ଥା ଅତି ଗୁରୁତର ରହିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁଁ ଘରର ଛାତ ଉଡିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଅଧିକାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ନିଆଁ ଭିତରେ ଫସି ରହିଥିବା ପରିବାର ଲୋକଙ୍କୁ ଉଦ୍ଧାର କରିଛନ୍ତି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jun 13, 2021, 10:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.