ETV Bharat / state

ପବନ ମାଡରେ ଘାଇଲା ହୋଇ ସମୁଦ୍ରରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

author img

By

Published : Dec 25, 2022, 12:13 PM IST

ପାରାଦ୍ୱୀପ ସମୁଦ୍ର ମଧ୍ୟରେ ବୁଡିଲା ଡଙ୍ଗା । ଅଳ୍ପକେ ବର୍ତ୍ତିଗଲା ପାଞ୍ଚ ମତ୍ସଜୀବୀଙ୍କ ଜୀବନ । ଅଧିକ ପଢନ୍ତୁ

fishing boat capsizes
fishing boat capsizes
fishing boat capsizes

ପାରାଦ୍ବୀପ: ମଝି ସମୁଦ୍ରରେ ଅଘଟଣ । ପବନ ମାଡରେ ଘାଇଲା ହୋଇ ସମୁଦ୍ର ମଧ୍ୟରେ ବୁଡିଲା ଡଙ୍ଗା । ଅଳ୍ପକେ ବର୍ତ୍ତିଗଲା ମତ୍ସ୍ୟଜୀବୀଙ୍କ ଜୀବନ । ପାରାଦ୍ୱୀପ ସମୁଦ୍ର ମଧ୍ୟରେ ଏପରି ଅଘଟଣ ଘଟିଥିବା ବେଳେ ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରର ମଧ୍ୟରେ ପହଁରି ପହଁରି କୂଳକୁ ଆସିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତ୍ରରେ ପାରାଦ୍ୱୀପର ୫ ଜଣ ମତ୍ସ୍ୟଜୀବୀ ମାଛ ମାରି ଫେରୁଥିଲେ । ଏହି ସମୟରେ ପ୍ରବଳ ବେଗରେ ପବନ ହେବାରୁ ପାରାଦ୍ବୀପ ବନ୍ଦରର ୧ନମ୍ବର ଫାଟକ ନିକଟରେ ପଥର ବନ୍ଧରେ ମାଡ ହୋଇଥିଲା ଡଙ୍ଗାଟି । ଫଳରେ ସମୁଦ୍ରରେ ଡଙ୍ଗାଟି ଓଲଟି ପଡିବାରୁ ପାଞ୍ଚ ମତ୍ସ୍ୟଜୀବୀ ମଧ୍ୟ ବୁଡିଯାଇଥିଲେ ।

ଏହାପରେ ଜୀବନ ବଞ୍ଚାଇବା ପାଇଁ ଅନ୍ଧାର ରାତିରେ ମତ୍ସ୍ୟଜୀବୀ ମାନେ ପହଁରି ପହଁରି କୂଳକୁ ଆସିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ପାରାଦ୍ୱୀପ ମେଡିକାଲ ରେ ଭର୍ତ୍ତି କରାଯାଇଛି । ତେବେ ପବନର ବେଗ ଏତେ ଜୋର ଥିଲା ଯେ ଡଙ୍ଗାଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଥିଲା । ମାଛ ଜାଲଟି ମଧ୍ୟ ଜାଲ ପାଣିରେ ଭାସି ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ କୌଣସି ସୂଚନା ହସ୍ତଗତ ହୋଇନାହିଁ । ତେବେ ସେମାନେ କେବେ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ ସେନେଇ ମଧ୍ୟ କିଛି ସୂଚନା ମିଳିନାହିଁ । ଗୁରୁତରଙ୍କ ପରିବାର ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କିଛି ପ୍ରତିକ୍ରିୟା ରଖିନାହାନ୍ତି ।

ଚଳିତ ବର୍ଷ ଜୁଲାଇ ମାସରେ ପାରାଦ୍ୱୀପ ସମୁଦ୍ର ମଧ୍ୟରେ ଏକ ଅଘଟଣ ଘଟିଥିଲା । ପାରାଦ୍ୱୀପ ସମୁଦ୍ର ମଝିରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯାଇଥିବା ଏକ ମାଛଧରା ଟ୍ରଲର । ଜଳି ଯାଇଥିବା ଟ୍ରଲରଟି ହେଉଛି 'ଭଗବତୀ-୩' । ୯ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ମଧ୍ୟ କରାଯାଇଥିଲା । ପାରାଦ୍ବୀପରୁ ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ଟ୍ରଲରଟି ଯାଇଥିବା ବେଳେ ଯାନ୍ତ୍ରିକ ତୃଟି ଯୋଗୁଁ ଟ୍ରଲରରେ ନିଆଁ ଲାଗି ଯାଇଥିଲା । ତେବେ ଟ୍ରଲରର ସମସ୍ତ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ କୌଣସି ମତେ ଆୟତ୍ତ କରି ପାରିନଥିଲେ । 'ଭଗବତୀ-୩' ନଂ ଟ୍ରଲରଟି ସମୁଦ୍ର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ପ୍ରାୟ ୫୦ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଯାଇଥିଲା ।

ସେହିପରି ଏହି ଅଘଟଣ ପୂର୍ବରୁ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି 'ଶ୍ରୀ ଲକ୍ଷ୍ମୀ ନାରାୟଣ' ମାଛଧରା ଟ୍ରଲର ପୋଡି ସମୁଦ୍ରରେ ଲୀନ ହୋଇଯାଇଥିଲା । ଏହା ପରେ ଆଉ ଏକ ଟ୍ରଲର ଯୋଗେ ସମସ୍ତ ୮ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ପାରାଦ୍ବୀପକୁ ଅଣାଯାଇଥିଲା । ଲଗାତାର ଦୁଇଦିନ ମଧ୍ୟରେ ଦୁଇଟି ଟ୍ରଲର ନିଆଁ ଲାଗି ଯାଇଥିବା ବେଳେ ସମସ୍ତ ମାଲିକ ମାନଙ୍କୁ ଟ୍ରଲର ଗୁଡିକୁ ସଠିକ ଭାବେ ଯାଞ୍ଚ କରିବା ପାଇଁ ମତ୍ସ୍ୟ ସଂଘ ପକ୍ଷରୁ କୁହାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.