ETV Bharat / state

ଆଜିଠୁ 3 ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

author img

By

Published : Feb 8, 2023, 11:50 AM IST

ଆଜିଠୁ 3ଦିନ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ

fisherman are restricted to go to sea
ଆଜିଠୁ 3 ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଆଜିଠୁ 3 ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଜଗତସିଂହପୁର: ଜିଲ୍ଲାରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମାଛ ମାରିବାକୁ ବାରଣ ହୋଇଛି । ଆଜିଠୁ ଅର୍ଥାତ 8 ତାରିଖଠୁ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମତ୍ସ୍ୟଜୀବୀମାନଙ୍କୁ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । 4 ଜିଲ୍ଲାର ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଥିବା ଜଣାପଡିଛି । ଏନେଇ 4 ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ।

ଏହି ଚିଠି ପହଁଚିବା ପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ 10 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର ସ୍ଥିତ ITR (ଇଣ୍ଟିଗ୍ରେଟେଡ଼ ଟେଷ୍ଟି ରେଞ୍ଜ)ନିର୍ଦ୍ଦେଶକଙ୍କ ପକ୍ଷରୁ ଏ ସମ୍ପର୍କରେ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଓ ଜଗତସିଂହପୁର ଜିଲ୍ଲାକୁ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...ଅବବ୍ୟସ୍ଥା ଘେରରେ ଖ୍ରୀଷ୍ଟ କଲଜିଏଟ ସ୍କୁଲ, ତେଜିଲା ଛାତ୍ର ଅସନ୍ତୋଷ

ବାଲେଶ୍ଵର ସ୍ଥିତ DRDA ପକ୍ଷରୁ ହେବାକୁ ଥିବା କୌଣସି ଏକ ବିଶେଷ ପରୀକ୍ଷଣ ଥିବାରୁ 8 ତାରିଖ ସକାଳ 10ରୁ ମଧ୍ୟାହ୍ନ ୧୨ଟା ଓ ଦିନ 2ଟା ରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ବାରଣ କରାଯାଇଛି । ଏହା 10 ତାରିଖ ପର୍ଯ୍ୟନ୍ତ ଚାଲିବ । ସମୁଦ୍ର ମଧ୍ୟରେ କୌଣସି ପରୀକ୍ଷଣ ଦୃଷ୍ଟିରୁ 4 ଜିଲ୍ଲାର ଉପକୂଳ ଠାରୁ 30 କିଲୋମିଟର ପର୍ଯ୍ୟନ୍ତ ବିପଦ ସଙ୍କୁଳ ଘୋଷଣା କରାଯାଇଛି । ଏହି ଦିନ ମାନଙ୍କରେ କୌଣସି ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗା ନେଇ ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହାକୁ ନେଇ ପାରାଦ୍ବୀପ ସମେତ 4ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇ ଦିଆଯାଇଥିବା ମତ୍ସ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଇଟିିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.