ETV Bharat / state

ମଣ୍ଡି ସମସ୍ୟା ନେଇ ଜଗତସିଂହପୁରରେ ଚାଷୀଙ୍କ ସତ୍ୟାଗ୍ରହ

ଜଗତସିଂହପୁର ଜିଲ୍ଲାରେ ପଡ଼ି ରହିଛି ହଜାର କୁଇଣ୍ଟାଲ ଧାନ । ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ ଅବଗତ ଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Mar 26, 2022, 10:02 AM IST

ଜଗତସିଂହପୁରରେ ଚାଷୀ ସତ୍ୟାଗ୍ରହ
ଜଗତସିଂହପୁରରେ ଚାଷୀ ସତ୍ୟାଗ୍ରହ

ଜଗତସିଂହପୁର: ଜିଲ୍ଲାରେ ପଡ଼ି ରହିଛି ହଜାର କୁଇଣ୍ଟାଲ ଧାନ । ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ ଅବଗତ ଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଶୁକ୍ରବାର ଶହଶହ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିଥିଲେ ।

ଜଗତସିଂହପୁରରେ ଚାଷୀ ସତ୍ୟାଗ୍ରହ

ପୂର୍ବରୁ ମଣ୍ଡି ସମସ୍ୟାକୁ ନେଇ ଜିଲ୍ଲା ଯୋଗାଣ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କୌଣସି ପ୍ରତିକାର କରାଯାଉନଥିବା ଅଭିଯୋଗ ହୋଇଛି । ଗତ ମଙ୍ଗଳବାର ଦିନ ମଣ୍ଡି ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନ କରୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ଭେଟି 2ଦିନ ଭିତରେ ସମସ୍ୟା ସମାଧାନ କରିବାକୁ ନେଇ ପ୍ରତିଶୃତି ଦେଇଥିଲେ । ହେଲେ ତାହା ପୂରଣ ନହେବାରୁ ଶୁକ୍ରବାର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସତ୍ୟାଗ୍ରହ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.