ETV Bharat / state

ମଣ୍ଡିରୁ ଉଠୁନି ଧାନ, ଆତ୍ମାହୂତି ଧମକ ଦେଲେ ଚାଷୀ

author img

By

Published : Mar 30, 2022, 10:58 AM IST

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧର୍ମଘଟ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ହେଲେ ମଣ୍ଡି ସମସ୍ୟାର ସମାଧାନ କରିପାରିନି ପ୍ରଶାସନ । ଅଧିକ ପଢ଼ନ୍ତୁ

ଧାନ ନଉଠିଲେ ଆତ୍ମହୃତି, ଧମକ ଦେଲେ ଚାଷୀ
ଧାନ ନଉଠିଲେ ଆତ୍ମହୃତି, ଧମକ ଦେଲେ ଚାଷୀ

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧର୍ମଘଟ ପଞ୍ଚମ ଦିନରେ ପହଞ୍ଚିଛି । ହେଲେ ମଣ୍ଡି ସମସ୍ୟାର ସମାଧାନ କରିପାରିନି ପ୍ରଶାସନ । ମଣ୍ଡିରେ ମାସମାସ ଧରି ପଡ଼ିରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ତଥାପି ମଣ୍ଡିରୁ ଧାନ ଉଠିପାରୁନି । ତେବେ ମଣ୍ଡିରୁ ଧାନ ନଉଠିବାରୁ କେତେକ ଚାଷୀ ନିଜ ଧାନକୁ କୁଇଣ୍ଟାଲ ପିଛା 700 ଟଙ୍କାରେ ଦଲାଲକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ଧାନ ନଉଠିଲେ ଆତ୍ମହୃତି, ଧମକ ଦେଲେ ଚାଷୀ

ମାସମାସ ଧରି ମଣ୍ଡିରେ ଧାନ ପଡ଼ିବା ନେଇ ଚାଷୀମାନେ ଅନେକଥର ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇଛନ୍ତି । ହେଲେ କୌଣସି ସୁଫଳ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ 5 ଦିନ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣାରେ ବସିଛନ୍ତି । ତେଣୁ ଜିଲ୍ଲାପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ କୌଣସି ବ୍ୟବସ୍ଥା କରନ୍ତୁ । ନଚେତ ଆଗାମୀ ଦିନରେ ଚାଷୀ ସମୂହ ଆତ୍ମାହୂତି ଦେବେ ବୋଲି ଲିଖିତ ଭାବେ ଜଣାଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.