ଜଗତସିଂହପୁର: ‘ଫନି’ର କରାଳ ରୂପରୁ ବଞ୍ଚିବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ଅପରାହ୍ନରେ ଜିଲ୍ଲାପାଳ ପୁନମ ଗୁହା ତାପସ କୁମାର ଜିଲାର ବରିଷ୍ଟ ଅଧିକାରୀଙ୍କ ସହ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜରୁରୀ ବୈଠକ ଡାକିଥିଲେ ।
ତେବେ ଜିଲ୍ଲାରେ 938ଟି ଗାଁ ବାତ୍ୟା ପ୍ରବଣ ଭାବେ ଚିହ୍ନଟ କରାଯାଇଛି । ଜିଲ୍ଲାରେ ମୋଟ 45ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି ।
ମାଟି ଘରେ ଓ ତଳିଆ ସ୍ଥାନରେ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରଛନ୍ତି । ଏଥିସହ ଗୁଜବର ବଶବର୍ତ୍ତୀ ନ ହୋଇ ଟିଭି ଓ ରେଡିଓରେ ପ୍ରସାରିତ ଖବର ଉପରେ ବିଶ୍ବାସ ରଖିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ