ETV Bharat / state

ଜଗତସିଂହପୁର ବାତ୍ୟା ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ - ମୁଖ୍ୟ ଶାସନ ସଚିବ

ଜଗତସିଂହପୁର ଜିଲ୍ଲାରେ ବାତ୍ୟା ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ପ୍ରଶଂସା କଲେ ଶାସନ ସଚିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : May 9, 2019, 8:03 PM IST

ଜଗତସିଂହପୁର: ବାତ୍ୟା ‘ଫନି’କୁ ନେଇ ଜଗତସିଂହପୁର ଜିଲ୍ଲାରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଗତ 3 ତାରିଖରେ ହୋଇଥିବା ବାତ୍ୟା ‘ଫନି’ ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହେଲେ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଶାସନ ସଚିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଜିଲା ପ୍ରଶାସନ ପ୍ରଶଂସାର ପାତ୍ର ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଅନ୍ୟପଟେ ସମୀକ୍ଷା ବୈଠକରେ ଗଣମାଧ୍ୟମକୁ ଦୂରେଇ ରଖାଯାଇଥିବାରୁ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ପ୍ରକାଶ ପାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.