ETV Bharat / state

ଅମୃତ ଦାଶ ମୃତ୍ୟୁ ଘଟଣା, ତିର୍ତ୍ତୋଲ SDPOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି - ତିର୍ତ୍ତୋଲ ଏସଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜଗତସିଂହପୁରର ବହୁଚର୍ଚ୍ଚିତ ଅମୃତ ଦାଶ ମୃତ୍ୟୁ ଘଟଣା । ତିର୍ତ୍ତୋଲ SDPOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ପରିବାର । ଅଧିକ ପଢନ୍ତୁ

ଅମୃତ ଦାଶ ମୃତ୍ୟୁ ଘଟଣା, ତିର୍ତ୍ତୋଲ SDPOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Aug 7, 2022, 5:40 PM IST

ଜଗତସିଂହପୁର: ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ବହୁଚର୍ଚ୍ଚିତ ଯୁବ ଇଞ୍ଜିନିୟର ଅମୃତ ଦାଶ ମୃତ୍ୟୁ ଘଟଣା । ତିର୍ତ୍ତୋଲ ପୋଲିସ ଓ SDPOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗତସିଂହପୁର SP ଅଖିଳେଶ୍ବର ସିଂଙ୍କୁ ଭେଟିଲା ପରିବାର । ପୋଲିସ ଏହି ଘଟଣାର ତଦନ୍ତ ନ କରି ଦୁର୍ଘଟଣାର ରୂପ ଦେଉଥିବା ଅମୃତଙ୍କ ପରିବାର ଅଭିଯୋଗ କରିଛନ୍ତି ।

ଅମୃତ ଦାଶ ମୃତ୍ୟୁ ଘଟଣା, ତିର୍ତ୍ତୋଲ SDPOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ମୃତକଙ୍କ ମାଆ ସୁଲୋଚନାଙ୍କ ଅଭିଯୋଗ ଅନୁସାରେ, "ଗତ ୨୦୧୯ ଜୁଲାଇ ୨୦ ତାରିଖରେ ତାଙ୍କୁ ପୁଅକୁ ଦୁବୃର୍ତ୍ତ ହତ୍ୟା କରି ଫିଙ୍ଗି ଦେଇଥିଲେ । ହେଲେ ପୋଲିସ ଏହାକୁ ତଦନ୍ତ ନ କରି ଦୁର୍ଘଟଣାର ରୂପ ଦେଇ କେସ୍‌କୁ ବନ୍ଦ କରିଦେଇଥିଲା । ପୋଲିସର କୋହଳ ଆଭିମୁଖ୍ୟ ଫଳରେ ଅଭିଯୁକ୍ତ ମାନେ ଦଣ୍ଡ ନ ପାଇ ଖୁଲୁମ ଖୋଲା ବୁଲୁଛନ୍ତି ।" ସେ ଏହି ଘଟଣାରେ SDPOଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ।

ଏ ନେଇ ପରିବାର ଏସପି ଅଖିଳେଶ୍ବରଙ୍କୁ ଭେଟିଛି । ଘଟଣାର ୧୫ ଦିନ ମଧ୍ୟରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ପରିବାର ସମୂହ ତିର୍ତ୍ତୋଲ SDPOଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବ ବୋଲି ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.