ETV Bharat / state

ପାରାଦୀପରେ ‘ଅମ୍ଫାନ’ର ପ୍ରଭାବ, ଡରାଉଛି ଅଶାନ୍ତ ସମୁଦ୍ର

author img

By

Published : May 20, 2020, 12:23 AM IST

ଝିପି ଝିପି ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ପାରାଦୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରେ କଚା ଘରେ ବସବାସ କରୁଥିବା ଲୋକେ ଏବେ ପ୍ରମାଦ ଗଣିଲେଣି । ପାରାଦୀପ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ଅଧିକ ପଢ଼ନ୍ତୁ...

effects-of-amphan-in-paradip
ପାରାଦୀପରେ ‘ଅମ୍ଫାନ’ର ପ୍ରଭାବ, ଡରାଉଛି ଅଶାନ୍ତ ସମୁଦ୍ର

ଜଗତସିଂହପୁର: ଜିଲ୍ଲାର ପାରାଦୀପଠାରେ ମଙ୍ଗଳବାର ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଛି । ଝିପି ଝିପି ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ପାରାଦୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରେ କଚା ଘରେ ବସବାସ କରୁଥିବା ଲୋକେ ଏବେ ପ୍ରମାଦ ଗଣିଲେଣି । ପାରାଦୀପ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।

ତେବେ ମଙ୍ଗଳବାର ସନ୍ଧ୍ୟାରେ ଅଳ୍ପ କେତେକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ଥିବା କୁହାଯାଇଛି । ଅପର ପକ୍ଷରେ ଅମ୍ପାନ ପାରାଦୀପଠାରୁ 350 କିଲୋମିଟର ଦୂରରେ ରହିଛି । ଯାହାର ପ୍ରଭାବରେ ବର୍ଷା ହେବ ସଙ୍ଗେ ସଙ୍ଗେ ପବନ ବହିବା ଆରମ୍ଭ କରିଛି । କଚା ଘରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ଅନୁରୋଧ କରିଛି । ପାରାଦୀପ ସହରରେ ଓଡ୍ରାଫ ଓ ଏନଡିଆରଏଫ ଟିମ ପହଞ୍ଚି ସାରିଥିବା ଦେଖିବାକୁ ମିଳିଛି । ତେବେ ସମ୍ଭାବ୍ୟ ବାତ୍ୟା ଅମ୍ପାନକୁ ନେଇ ଲୋକେ ଆତଙ୍କିତ ନ ହୋଇ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ନିବେଦନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.