ETV Bharat / state

ଦୁର୍ଘଟଣା ଘଟାଇ ଖସି ପଳାଉଥିଲା ମଦ୍ୟପ ଡ୍ରାଇଭର, ନିସ୍ତୁକ ପିଟିଲେ ଲୋକେ - ମଦ୍ୟପ ଡ୍ରାଇଭରକୁ ଧରିଲେ ଲୋକେ

ଦ୍ରୁତ ଗତିରେ ଗାଡ଼ି ଚଳାଇ ଅନେକ ଲୋକଙ୍କୁ ଧକ୍କା ଦେଲା ମଦ୍ୟପ ଡ୍ରାଇଭର । ଜଗତସିଂହପୁରରେ କାରକୁ ଅଟକାଇ ଡ୍ରାଇଭରକୁ ନିସ୍ତୁକ ପିଟିଲେ ଲୋକେ । ପୋଲିସର ବୁଝାସସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଛି । ଅଧିକ ପଢ଼ନ୍ତୁ

ଦୁର୍ଘଟଣା ଘଟାଇ ଖସି ପଳାଉଥିଲା ମଦୁଆ ଡ୍ରାଇଭର, ନିସ୍ତୁକ ପିଟିଲେ ଲୋକେ

author img

By

Published : Jul 4, 2022, 7:48 PM IST

ଜଗତସିଂହପୁର: ଦ୍ରୁତ ଗତିରେ କାର ଚଳାଇବା ସହ ଅନେକ ସ୍ଥାନରେ ଦୁର୍ଘଟଣା ଘଟାଇଛି ମଦ୍ୟପ ଡ୍ରାଇଭର । ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର । ଥାନା ଛକ ନିକଟରେ ଏହି କାରକୁ ଅଟକାଇବା ସହ ଡ୍ରାଇଭରକୁ ନିସ୍ତୁକ ପିଟିଲେ ଲୋକେ । ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିବା ସହ ଗାଡିକୁ ଥାନାକୁ ଆଣିଛି ।

ଦୁର୍ଘଟଣା ଘଟାଇ ଖସି ପଳାଉଥିଲା ମଦୁଆ ଡ୍ରାଇଭର, ନିସ୍ତୁକ ପିଟିଲେ ଲୋକେ

ସୂଚନା ଅନୁସାରେ ଆଜି(ସୋମବାର) ଅପରାହ୍ନ ସମୟରେ କଟକ ପାରାଦୀପ ରାସ୍ତା ଜୟପୁର ନିକଟରୁ ଏକ କାର ଦ୍ରୁତ ଗତିରେ ଜଗତସିଂହପୁର ସହର ଅଭିମୁଖେ ଆସିବା ସମୟରେ ଅନେକ ଲୋକଙ୍କୁ ଧକ୍କା ଦେଇଥିଲା । ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକ ବିରିତୋଳ ଗ୍ରାମର ଜଣେ ଯୁବକ ଗୁରୁତର ହୋଇଛନ୍ତି । ତେବେ ରାସ୍ତାରେ କିଛି ଲୋକ କାରକୁ ଅଟକାଇବା ପାଇଁ ଉଦ୍ୟମ କରିବାରୁ ଚାଳକ ସେମାନଙ୍କ ଉପରେ କାର ମଡାଇ ଦେବାକୁ ଉଦ୍ୟମ କରି ଖସି ଆସିଥିଲେ । ତେବେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏହାକୁ ପିଛା କରି ଥାନା ଛକ ନିକଟରେ ଅଟକାଇଥିଲେ । ଡ୍ରାଇଭରକୁ ନିସ୍ତୁକ ପିଟିବା ପରେ କାରକୁ ଭଙ୍ଗାରୁଜା ମଧ୍ୟ କରିଥିଲେ । ତେବେ ଡ୍ରାଇଭରକୁ ଅଟକ ରଖିବା ସହ କିଛି ସମୟ ପାଇଁ ଥାନା ଛକ ଅବରୋଧ ମଧ୍ୟ କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.