ETV Bharat / state

କଟକଣାକୁ ଫୁ': ଜଗତସିଂହପୁରରେ ଜମିଲା ଦୀପାବଳି, ବିଳମ୍ବିତ ରାତି ଯାଏଁ ବାଣ ଫୁଟାଇଲେ ବଡବଡୁଆ ଡାକିଲେ

ବାଣୀ କ୍ଷେତ୍ର ଜଗତସିଂହପୁରରେ ଧୁମଧାମରେ ଆନନ୍ଦ ଉଲ୍ଲାସରେ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି ଜିଲ୍ଲାବାସୀ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 13, 2023, 7:46 AM IST

Diwali Celebration in jagatsinghpur
Diwali Celebration in jagatsinghpur
Diwali Celebration in jagatsinghpur

ଜଗତସିଂହପୁର: ଆଲୋକର ପର୍ବ ଦୀପାବଳିକୁ ଧୁମଧାମରେ ପାଳିଛନ୍ତି ଜଗତସିଂହପୁର ଜିଲ୍ଲାବାସୀ । ଆନନ୍ଦ ଉଲ୍ଲାସର ସହିତ ଅଲୌକିକ ପର୍ବ ଦୀପାବଳିକୁ ମନାଇଛନ୍ତି ଲୋକ । ସଞ୍ଜ ନଇଁବା କ୍ଷଣି ସହରଠାରୁ ଗାଁ ପର୍ଯ୍ୟନ୍ତ ରଙ୍ଗବେରଙ୍ଗର ଆଲୋକରେ ଝଲସି ଉଠିଥିଲା । ଲୋକେ ନିଜ ନିଜ ଘରକୁ ଦୀପ ଓ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରିଥିଲେ । ଘର ଅଗଣାରେ ମୁରୁଜ ପକାଇ ଦୀପ ଲଗାଇ ବଡ଼ ବଡୁଆଙ୍କୁ ଆବାହନ କରିଥିଲେ । ବିଳମ୍ବିତ ରାତି ଯାଏଁ ବାଣ ଫୁଟାଇ ଆଲୋକର ପର୍ବକୁ ପାଳନ କରିଥିଲେ ଜିଲ୍ଲାବାସୀ ।

ଏହା ବି ପଢନ୍ତୁ...Diwali Celebration: ଆଲୋକରେ ଝଲସିଲା ରାଜଧାନୀ

ଜିଲ୍ଲାର କୋଣ ଅନୁକୋଣରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି ଆଲୋକର ଏହି ମହାନ ପର୍ବ । ବଡ଼ ବଡୁଆ ହୋ.. ଅନ୍ଧାରେ ଆସ, ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀପୁରୁଷୋତ୍ତମରେ ମହାପ୍ରସାଦ ଖାଇ ଗଡ଼ ଗଡାଉ ଥାଅ ଡାକରେ କମ୍ପି ଉଠିଥିଲା ଅଞ୍ଚଳ । ଏହି ଡାକ ଗାଁଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଶୁଭିଥିଲା । ସଞ୍ଜ ନଇଁଗଲା ପରେ ପିତୃ ପୁରୁଷକୁ ଆବାହନ କରାଯାଇ କାଉଁରିଆ କାଠି ଜାଳି ଲୋକେ ବଡ଼ ବଡୁଆ ଡାକିଥିଲେ । ମିଠା ପିଠାର ଆସର ଆନନ୍ଦ ଉଲ୍ଲାସର ମାହୋଲରେ ଦୀପାବଳିର ଖୁସିକୁ ଦ୍ବିଗୁଣିତ କରି ଦେଇଥିଲା ।

ଏହା ବି ପଢନ୍ତୁ...Diwali Celebration: ବୌଦ୍ଧରେ ମା' ମହାକାଳୀଙ୍କ ପୂଜନ, ବଡ ବଡିଆ ଡାକରେ କମ୍ପିଲା ଅଞ୍ଚଳ

ସନ୍ଧ୍ୟାରେ ଲୋକେ ବାଣ ଫୁଟାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ବାଣ ଦୋକାନ ମାନଙ୍କରେ ଖୁଲମଖୋଲା ରସି ବାଣ ବିକ୍ରି କରାଯାଉଥିଲା । ଅପରପକ୍ଷରେ ରାତି ୧୦ଟା ପରେ ବାଣ ଫୁଟାଇବା ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାରେ ଏହାକୁ ଫୁ କରିଥିଲେ କିଛି ଅମାନିଆ ଲୋକ ।

ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ରାତି ୧୨ଟା ପର୍ଯ୍ୟନ୍ତ ଫୁଟିଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଫଳରେ ଅମାନିଆ ମାନେ ରାତି୧୨ ଟା ପର୍ଯ୍ୟନ୍ତ ବାଣ ନିର୍ଭୟରେ ଫୁଟାଇ ଚାଲିଥିଲେ । ମୋଟାମୋଟି ଭାବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନ ହେଉ କି ପୋଲିସ ପ୍ରଶାସନ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତି ଯାଏ ବାଣ ଫୁଟିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.