ETV Bharat / state

ଦିବ୍ୟାଙ୍ଗ ଯୁବକକୁ ସଂଘବଦ୍ଧ ଆକ୍ରମଣ, 2 ଗିରଫ

author img

By

Published : Jun 8, 2023, 12:00 PM IST

Updated : Jun 8, 2023, 12:21 PM IST

ଦିବ୍ୟାଙ୍ଗ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଜମିବାଡି ବିବାଦକୁ ନେଇ ଯୁବକ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଦୁଇ ଗିରଫ । ଅଧିକ ପଢନ୍ତୁ

young man attacked over past enmity
young man attacked over past enmity
young man attacked over past enmity

ଜଗତସିଂହପୁର: ଜମିବାଡି ବିବାଦକୁ ନେଇ ଦିବ୍ୟାଙ୍ଗ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଦିବ୍ୟାଙ୍ଗ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ପତ୍ନୀ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ । ଆକ୍ରମଣରେ ଦିବ୍ୟାଙ୍ଗ ଯୁବକ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ବାମୀ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଗୁରୁତର ଯୁବକ ହେଉଛନ୍ତି ବିଜୟ ତରାଇ ।

ପୋଲିସର ସୂଚନା ଅନୁଯାୟୀ, କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମର ଜଣେ ଦିବ୍ୟାଙ୍ଗ ବିଜୟ ତରାଇଙ୍କ ଜାଗାକୁ ସେହି ଗ୍ରାମର ଗଜେନ୍ଦ୍ର ରାଉତ ଜୋର ଜବରଦସ୍ତ ଦଖଲ କରି ଆସୁଥିଲେ । ଏହାକୁ ବିଜୟ ବିରୋଧ କରି ଆସୁଥିଲେ ମଧ୍ୟ ଦିବ୍ୟାଙ୍ଗ ହୋଇ ଥିବାରୁ କିଛି କରି ପାରୁନଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ମାନଙ୍କୁ ବିଜୟ ଜଣାଇଥିଲେ, ଗ୍ରାମବାସୀ ଆପୋଷ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ଡାକି ନିଜ ନିଜ ଜାଗାରେ ଚଳ ପ୍ରଚଳ କରିବା ପାଇଁ କହିଥିଲେ । ଏଥିରେ ଉଭୟ ପକ୍ଷ ରାଜି ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଗଜେନ୍ଦ୍ର ଏଥିରୁ ଓହରି ଯାଇଥିଲେ ।

ଗତକାଲି ବିଜୟର ଜାଗାକୁ ଗଜେନ୍ଦ୍ର ଦଖଲ କରିବାକୁ ଯିବା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଗଜେନ୍ଦ୍ର କିଛି ବ୍ୟକ୍ତିଙ୍କୁ ଡାକି ବିଜୟକୁ ସଂଘବଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ଦେଖି ବିଜୟର ସ୍ତ୍ରୀ ମମତା ପ୍ରତିବାଦ କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ କୁଜଙ୍ଗ ଥାନାରେ ଅଭିଯୋଗ ପରେ ପୋଲିସ ଆକ୍ରମଣ କାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଡିତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । ତେବେ ଏହି ଘଟଣାରେ କେତେ ଜଣ ବ୍ୟକ୍ତି ସାମିଲ ଅଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।

ଗତ ଏପ୍ରିଲ ମାସରେ ବରଗଡରେ ସାମାନ୍ୟ ବଚସାରୁ ଗଣ୍ଡଗୋଳ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପୁଟୁକି ଗ୍ରିଞ୍ଜେଲ ଗ୍ରାମର ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଗଣ୍ଡଗୋଳ ଏବଂ ପରେ ହତ୍ୟାକାଣ୍ଡ ଘଟିଥିଲା । ଦୁଇ ପଡୋଶୀ ମଧ୍ୟରେ ସାଧାରଣ କଥାକୁ ନେଇ ଗଣ୍ଡଗୋଳ ହେବାରୁ 3 ଜଣଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀ ଜଣେ ମହିଳାଙ୍କୁ ଖଟ ବାହିରେ ଆକ୍ରମଣ କରି ଦିନ ଦୁଇପ୍ରହରରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ହତ୍ୟାକାଣ୍ଡରେ ସମ୍ପୃକ୍ତ 8 ଜଣ ଅପରାଧୀକୁ ଗିରଫ କରିଥିଲା ବିଜେପୁର ପୋଲିସ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jun 8, 2023, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.