ଜଗତସିଂହପୁର: ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୂଚନା ଓ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇଥିଲେ । ଜିଲ୍ଲାରେ କୃଷି ବିଭାଗ ଓ ଡ୍ରେନେଜ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ହେତୁ ତଳି ପାଟଜମି ଗୁଡିକରେ ଜଳ ନିସ୍କାସନ ଠିକ୍ ଭାବେ ହୋଇ ପାରୁନଥିବା ସେ କହିଥିଲେ ।
ତୁରନ୍ତ ଉଭୟ ବିଭାଗକୁ ଡାକି ଆଲୋଚନା କରିବା ସହ ସମନ୍ବୟ ରଖି କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଏଥିରେ ବିଧାୟକ ପ୍ରଶାନ୍ତ ମୁଦୁଲୀ ସହରର ଡ୍ରେନେଜ ସମସ୍ୟାକୁ ନେଇ ଉଦବେଗ୍ ପ୍ରକାଶ କରିବା ସହ ବର୍ଷାଦିନ ପୂର୍ବରୁ ନାଳନର୍ଦ୍ଦମା ଗୁଡିକୁ ସଫା କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ