ଜଗତସିଂହପୁର: ରାତି ହେଲେ ଜଗତସିଂହପୁର ସହରରେ ବଢୁଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ । ଚୋରି ଡକାୟତି ରାହାଜାନୀ ପ୍ରଭୁତି ସହରରେ ବୃଦ୍ଧି ପାଉଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଅସାମାଜିକ ଯୁବକ ମାନେ ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ପାତ ହେଉଥିବା ବେଳେ ମାତ୍ର 100 ମିଟର ନିକଟରେ ଥିବା ଥାନା ବାବୁ ଏହାକୁ ମଧ୍ୟ ଜାଣି ପାରୁ ନାହାଁନ୍ତି ।
ରାତିହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ବ୍ରାଉନସୁଗାର ଓ ଅସାମାଜିକ ବ୍ୟକ୍ତି ମାନଙ୍କ ଆସର ଜମୁଛି । ବିଚ ରାସ୍ତାରେ ଲୋକଙ୍କୁ ପିଟିବା ସହ ଟଙ୍କା ପଇସା ଓ ମୋବାଇଲ ଫୋନ ଛଡାଇ ନେଉଛନ୍ତି । କିନ୍ତୁ ପୋଲିସର ଏଥିପ୍ରତି ନିଘା ନଥିବା ସାଧାରଣରେ ଅଭିଯୋଗ ହେଉଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ