ETV Bharat / state

କଟକଣା ସତ୍ତ୍ବେ ବିକ୍ରି ହେଉଛି ଅସୁରକ୍ଷିତ ଖାଦ୍ୟ, ସଚେତନ ହେଉନାହାନ୍ତି ଲୋକେ - corona affect

କରୋନା ପାଇଁ ସହରରେ ଜାରି ହୋଇଥିବା କଟକଣା ପ୍ରଭାବ ଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ସନ୍ଧ୍ଯା ସମୟରେ ସହର ବିଭିନ୍ନ ଛକ ନିକଟରେ ବିକ୍ରି ହେଉଛି ଚଟପଟି ଖାଦ୍ୟ । ଅଧିକ ପଢନ୍ତୁ...

Despite the cuts, the sale is unsafe, and people are not aware of it
କଟକଣା ସତ୍ତ୍ବେ ବିକ୍ରି ହେଉଛି ଅସୁରକ୍ଷିତ ଖାଦ୍ୟ, ସଚେତନ ହେଉନାହାନ୍ତି ଲୋକେ
author img

By

Published : Mar 19, 2020, 9:02 PM IST

ଜଗତସିଂହପୁର: କରୋନା ପାଇଁ ସହରରେ ଜାରି ହୋଇଥିବା କଟକଣା ପ୍ରଭାବ ଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ମଠ, ମନ୍ଦିର ଧାର୍ମିକ ଅନୁଷ୍ଠାନ ଓ ସମୁଦ୍ର ବେଳାଭୂମିରେ 144 ଧାରା ଜାରି କରିଥିବାବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କରୋନା ସମ୍ପର୍କିତ ଫ୍ଲକ୍ସ ବ୍ୟାନର ମାରି ସଚେତନ କରାଉଛି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ।

ସହରର କଲେଜ ଛକ, ଶ୍ରୀକୃଷ୍ଣ ଏକାଡେମୀ ଛକ ନିକଟରେ ସନ୍ଧ୍ୟା ହେଲେ ବିନା ମାସ୍କ ଓ ସାନିଟାଇଜରେ ଚଟପାଟି ଖାଦ୍ୟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି । ଏଭଳି କାର୍ଯ୍ୟ ଭୂତାଣୁ ବ୍ୟାପିବାର ସମ୍ଭାବନାକୁ ଏଡାଇବା ବଦଳରେ ବଢାଇ ଦେବାର ସମ୍ଭାବନା ରହିଛି । ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର 100 ମିଟର ଦୂରତାରେ ଏଭଳି ଖାଦ୍ୟ ବିକ୍ରୟ କରାଯାଉଥିଲେ ବି ଫୁଡ଼ ସେପ୍ଟି ଅଫିସରଙ୍କ ଦେଖା ମିଳୁନାହିଁ ।

କଟକଣା ସତ୍ତ୍ବେ ବିକ୍ରି ହେଉଛି ଅସୁରକ୍ଷିତ ଖାଦ୍ୟ, ସଚେତନ ହେଉନାହାନ୍ତି ଲୋକେ

ଏ ସମ୍ପର୍କରେ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟା ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହା ଉପରେ ଶୁକ୍ରବାର ସୁଦ୍ଧା ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ଲୋକଙ୍କୁ ସଚେତନ କରାଯାଇ ନିୟମିତ ଖାଦ୍ୟ ପଦାର୍ଥର ଯାଞ୍ଚ କରାଯିବ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.