ETV Bharat / state

ବନ୍ୟାଞ୍ଚଳ ପରିଦର୍ଶନ କଲେ ଉପମୁଖ୍ୟ ଶାସନ ସଚିବ

author img

By

Published : Aug 18, 2022, 9:49 AM IST

କୁଜଙ୍ଗ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଉପମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଅଧିକ ପଢନ୍ତୁ

ବନ୍ୟାଞ୍ଚଳ ପରିଦର୍ଶନ କଲେ ଉପ ମୁଖ୍ୟ ଶାସନ ସଚିବ

ଜଗତସିଂହପୁର: ମହାନଦୀରେ ବନ୍ୟା ଆସିବାରୁ ପ୍ରଭାବିତ ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ବାସିନ୍ଦା । କିଏ ଛାତ ଉପରେ ତ ଆଉ କିଏ ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି । ଏହି ସମୟରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଉପମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉପ ମୁଖ୍ୟଶାସନ ସଚିବ ବୁଧବାର ବିଳମ୍ବିତ ରାତିରେ କୁଜଙ୍ଗ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଆଲୋଚନା କରି ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ କରିଥିଲେ ଉପମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।

ଏହାପରେ ବନ୍ୟା ପୀଡିତଙ୍କ ନିକଟରେ ରନ୍ଧା ଖାଦ୍ୟ ଓ ଗୋ ଖାଦ୍ୟ ସାମଗ୍ରୀକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଉପମୁଖ୍ୟ ଶାସନ ସଚିବ ଏହି ଗସ୍ତ ସମୟରେ ଜିଲ୍ଲାପାଳ ପାରୁଲ ପଟୱାରୀ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଓ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.