ETV Bharat / state

JSW କମ୍ପାନୀ ପରିସର ମଧ୍ୟରେ ମୃତ ହରିଣ ଉଦ୍ଧାର - ଜେଏସଡବ୍ଲ୍ୟୁ କମ୍ପାନୀ

ଜେଏସଡବ୍ଲ୍ୟୁ କମ୍ପାନୀ ପରିସର ମଧ୍ୟରେ ମୃତ ହରିଣ ଉଦ୍ଧାର । ହରିଣକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ କୁଜଙ୍ଗ ବନଖଣ୍ଡ ବିଭାଗ । ଅଧିକ ପଢନ୍ତୁ

ଜେଏସଡବ୍ଲ୍ୟୁ କମ୍ପାନୀ ପରିସର ମଧ୍ୟରେ ମୃତ ହରିଣ ଉଦ୍ଧାର

author img

By ETV Bharat Odisha Team

Published : Aug 30, 2023, 11:10 AM IST

ଜେଏସଡବ୍ଲ୍ୟୁ କମ୍ପାନୀ ପରିସର ମଧ୍ୟରେ ମୃତ ହରିଣ ଉଦ୍ଧାର

ପାରାଦ୍ବୀପ: ଜେଏସଡବ୍ଲ୍ୟୁ କମ୍ପାନୀ ପରିସର ମଧ୍ୟରେ ମୃତ ହରିଣ ଉଦ୍ଧାର । JSW କମ୍ପାନୀ କର୍ମଚାରୀମାନେ ମୃତହରିଣକୁ ଉଦ୍ଧାର କରି ଟ୍ରାକ୍ଟର ଯୋଗେ ବୋହି ନେଇ ଯାଉଥିବା ବେଳେ ଗ୍ରାମବାସୀ ଅଟକ ରଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ମୃତ ହରିଣକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ କୁଜଙ୍ଗ ବନଖଣ୍ଡ ବିଭାଗ ।

ସୂଚନାନୁଯାୟୀ JSW କମ୍ପାନୀ ପାରାଦୀପ ଉପକଣ୍ଠ ଢ଼ିଙ୍କିଆ ତାର ପ୍ରକଳ୍ପ ପାଇଁ ପାଚେରୀ ନିର୍ମାଣ କରିଛି । ହେଲେ ପାଚେରୀ ନିର୍ମାଣର ବର୍ଷେ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ କିଛି ଆରମ୍ଭ ହୋଇନାହିଁ । ତେବେ ପ୍ରକଳ୍ପ ପାଇଁ ପାନବରଜ ଭଙ୍ଗା କାର୍ଯ୍ୟ ସହିତ ଗଛକଟା କାର୍ଯ୍ୟମଧ୍ୟ ଶେଷ ହୋଇଥିବା ବେଳେ ପାଚେରୀ ପରିସର ମଧ୍ୟରେ ଥିବା ଜଙ୍ଗଲରେ ହରିଣ, ବାରହା ଭଳି ଅନେକ ଜୀବଜନ୍ତୁ ରହିଛନ୍ତି । ଯାହାକି ଅଧିକାଂଶ ସମୟରେ ଖାଦ୍ୟ ପାଇଁ ଜଙ୍ଗଲରୁ ଗାଁ ମୁହାଁ ହୋଇଥାନ୍ତି ।

ତେବେ ଗତକାଲି(ମଙ୍ଗଳବାର) ସକାଳୁ କମ୍ପାନୀ ପରିସର ମଧ୍ୟରେ ହରିଣଟି ଜାଲରେ ଫସିଯାଇ ମୃତ୍ୟୁ ହୋଇଥିଲା । jsw କମ୍ପାନୀର କର୍ମଚାରୀମାନେ କମ୍ପାନୀ ଅଧିକାରୀଙ୍କୁ ଅବଗତ କରାଇବା ସହ କମ୍ପାନୀ ପରିସର ମଧ୍ୟରୁ ମୃତ ହରିଣକୁ ଟ୍ରାକ୍ଟର ଯୋଗେ ବାହାରକୁ ନେଉଥିଲେ । ଗ୍ରାମବାସୀମାନେ ଟ୍ରାକ୍ଟରକୁ ଅଟକାଇ ବନବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ।

ଅଧିକ ପଢନ୍ତୁ... କେନାଲରୁ ଆହତ ହରିଣ ଉଦ୍ଧାର

ବନବିଭାଗ କର୍ମଚାରୀମାନେ ପହଞ୍ଚିବା ପରେ JSW କମ୍ପାନୀ ମୃତ ହରିଣକୁ କୁଜଙ୍ଗ ବନବିଭାଗକୁ ହସ୍ତାନ୍ତର କରିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ JSW କମ୍ପାନୀ ବନବିଭାଗକୁ ଖବର ନଦେଇ ମୃତ ହରିଣକୁ କିପରି ଟ୍ରାକ୍ଟର ଯୋଗେ ବାହାରକୁ ବୋହି ନେଇ ଯାଉଥିଲା । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଅନ୍ୟପଟେ ୧ବର୍ଷ ପୂର୍ବରୁ କମ୍ପାନୀ ପରିସରରେ ହରିଣର ସଂଖ୍ୟା କେତେ ଥିଲା ଓ ଏବେ ତାର ସଂଖ୍ୟା ବୃଦ୍ଧି ପାଇଛି କି ନାହିଁ ତାହା ବନବିଭାଗ ସରକାରଙ୍କ ନିକଟରେ ସ୍ପଷ୍ଟ କରିବା କରିବା ପାଇଁ ସାଧାରଣରେ ଦାବି ହେଉଛି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରକଳ୍ପ ନିର୍ମାଣ ପାଇଁ JSW କମ୍ପାନୀ ପ୍ରାଚେରୀ ନିର୍ମାଣ କରିଛି । ଏହି ପ୍ରାଚେରୀ ସଲଗ୍ନ ଜଙ୍ଗଲ ରହିଥିବା ବେଳେ ଜାଲ ପାକାଇବା ଅନୁଚିତ । ଏହି ଜାଲରେ ଫସି ଆନେକ ଜନ୍ତୁଙ୍କ ଜୀବନ ଯାଉଛି । ତେଣୁ ବନ ବିଭାଗ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରାଯିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.