ETV Bharat / state

ସମ୍ଭାବ୍ୟ ବାତ୍ୟା 'ୟାସ'ର ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ ବୈଠକ - ଜଗତସିଂହପୁର ବାତ୍ୟା ମୁକାବିଲା ବୈଠକ

ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା 'ୟାସ'ର ସଫଳ ମୁକାବିଲା କରିବା ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ । ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

cyclone yaas
ସମ୍ଭାବ୍ୟ ବାତ୍ୟା 'ୟାସ'ର ମୁକାବିଲା ପାଇଁ ଜଗତସଂହପୁର ଜିଲ୍ଲାପାଳଙ୍କ ବୈଠକ
author img

By

Published : May 23, 2021, 9:57 PM IST

ଜଗତସିଂହପୁର: ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା 'ୟାସ'ର ସଫଳ ମୁକାବିଲା କରିବା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ । ଜିଲ୍ଲା ପ୍ରଶାସନର ସମସ୍ତ ସରକାରୀ ଅଧିକାରୀ, ସିଭିଲ ସୋସାଇଟି ଓ ସ୍ବେଚ୍ଛାସେବୀଙ୍କୁ ନେଇ ଭିଡିଓ କନ୍ଫରେନସି ଜରିଆରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ସମ୍ଭାବ୍ୟ ବାତ୍ୟା 'ୟାସ'ର ମୁକାବିଲା ପାଇଁ ଜଗତସଂହପୁର ଜିଲ୍ଲାପାଳଙ୍କ ବୈଠକ

ବାତ୍ୟାର ସଫଳ ମୁକାବିଲା କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଜିଲ୍ଲାରେ 6 ହଜାର ପଲିଥିନ,26 ଟି ପାୱାର ବୋଟ,20 ଟି ଜେସିବି ମେସିନ ପ୍ରସ୍ତୁତ ହୋଇ ରହିଥିବାବେଳେ 42ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ହୋଇ ରଖାଯାଇଥିବାବେଳେ 181 ଟି ବିକଳ୍ପ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇ ରଖାଯାଇଛି । ସେହିପରି ପାରାଦ୍ବୀପ କୋଭିଡ ହସ୍ପିଟାଲରେ ଯେପରି ରୋଗୀ ସେବା ପ୍ରଭାବିତ ନ ହେବେ, ସେଥିପାଇଁ ପଦକ୍ଷେପ ନିଆଯାଇଛି। କୋଭିଡ କେୟାର ସେଣ୍ଟର ପାଇଁ 321 ଟି ଅମ୍ଳଜାନ ସିଲିଣ୍ଡର ଓ 95 ଟି କନସେନଟ୍ରେଟର ମହଜୁଦ ରଖାଯାଇଛି । ବାତ୍ୟା ପରେ ତତ୍କାଳ ବିଜୁଳି ସଂଯୋଗ ପାଇଁ ପର୍ଯ୍ୟାପ୍ତ ବିଦ୍ୟୁତ ପୋଲ ଓ କେବୁଲ ତାର ମହଜୁଦ ରହିଛି । 65 ଟି ମୋବାଇଲ ଭ୍ୟାନ ମାଧ୍ୟମରେ ପାନୀୟ ଜଳ ଯୋଗାଣ ସହ 132 ଟି ଓଭର ହେଡ ଟାଙ୍କି ସାହାଯ୍ୟରେ ପାନୀୟ ଜଳ ଯୋଗାଇ ଦିଆଯିବ । ସେହିଭଳି ପାରାଦ୍ବୀପରେ ଥିବା ଫଟି ଲାଇଜର ପ୍ଲାଣ୍ଟ ଗୁଡିକ ବାତ୍ୟା ସମୟରେ ସତର୍କ ଓ ସଚେତନ ରହିବାକୁ ପ୍ରଶାସନ ନିର୍ଦେଶ ଦେଇଛି । ଆମୋନିଆ କିମ୍ବା ମିଥେନ ଗ୍ୟାସ ଲିକ ନ ହୁଏ ସେଥିପ୍ରତି ସଜାଗ ରହିବାକୁ କମ୍ପାନୀକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଜିଲ୍ଲା ପ୍ରଶାସନ 51 ହଜାର 110 କୁଇଣ୍ଟାଲ ଚାଉଳ ମହଜୁଦ ରଖିଥିବା ବେଳେ 14000 ଲିଟର କିରୋସିନ ମହଜୁଦ ରଖା ଯାଇଛି । ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ ଜିରୋ କାଜୁଆଲିଟିକୁ ଜିଲ୍ଲାପାଳ ପ୍ରାଧାନ୍ୟ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.