ଜଗତସିଂହପୁର: ଜିଲ୍ଲା ପୋକ୍ସୋ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବାଲିକୁଦା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ 10 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ । ଏଥିସହ 30 ହଜାର ଟଙ୍କା ଜରିମାନା ପକାଇଛନ୍ତି ।
ସୂଚନା ଅନୁଯାୟୀ, 2013 ମସିହା ଡିସେମ୍ବର 15 ତାରିଖରେ ବାଲିକୁଦା ଅଞ୍ଚଳର ସନ୍ତୋଷ ଭୋଇ ନାମକ ଜଣେ ବ୍ୟକ୍ତି ସେହି ଅଞ୍ଚଳର ଜଣେ ନାବାଳିକାକୁ ପ୍ରଲୋଭିତ କରି ଦୁଷ୍କର୍ମ କରିଥିଲା । ପୋଲିସ ଘଟଣାକୁ ଗୁରୁତର ସହ ନେଇ ସନ୍ତୋଷ ଭୋଇକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ଘଟଣାରେ ଶୁକ୍ରବାର ପୋକ୍ସ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏଥିସହ 30 ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ