ଜଗତସିଂହପୁର: ନୂଆବର୍ଷ ଅବସରରେ ନେଇ ଓଡିଶାର ପ୍ରମୁଖ ଶକ୍ତିପୀଠ ମା’ ଶାରଳାଙ୍କ ମନ୍ଦିରରେ ବେଶ ଭିଡ ପରିଲକ୍ଷିତ ହୋଇଛି। ଭିଡକୁ ଆଖିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।
ନୂଆବର୍ଷ ପାଇଁ ରାତି 2ଟାରେ ନୀତି ଆରମ୍ଭ କରାଯାଇଥିଲା। ନୀତିରେ ପ୍ରଥମେ ଦ୍ଵାର ଫିଟା ନୀତି ସମାପନ କରାଯାଇ କରାଯିବା ସହ ପର୍ଯ୍ୟାୟ କ୍ରମେ ମଙ୍ଗଳ ଆଳତୀ, ମଇଲମ ଓ ମଧୁସ୍ନାନ କରାଯାଇଥିଲା। ଏହାପରେ ସର୍ବସାଧାରଣଙ୍କୁ ଦର୍ଶନ ପାଇଁ ଛଡାଯାଇଥିଲା। ନୂଆବର୍ଷରେ ମା’ ଶାରଳାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ