ETV Bharat / state

ଅଡୁଆରେ ତିର୍ତ୍ତୋଲ ବିଧାୟକ, ପ୍ରେମିକା ଆଣିଥିବା ସେକ୍ସ ରାକେଟ ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ! - ତିର୍ତ୍ତୋଲ ବିଧାୟକ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ବଢିଲା ଅଡୁଆ । ପ୍ରେମିକା ଆଣିଥିବା ସେକ୍ସ ରାକେଟ ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ଅଡୁଆରେ ତିର୍ତ୍ତୋଲ ବିଧାୟକ, ପ୍ରେମିକା ଆଣିଥିବା ସେକ୍ସ ରାକେଟ ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ

author img

By

Published : Jul 14, 2022, 8:43 AM IST

Updated : Jul 14, 2022, 9:59 AM IST

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ବଢୁଛି ଅଡୁଆ । ବିଧାୟକଙ୍କ ବିରୁଦ୍ଧରେ ପ୍ରେମିକା ସୋମାଲିକା ଦାଶ ଆଣିଥିବା ସେକ୍ସ ରାକେଟ୍ ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଏଥିପାଇଁ ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ଯାହା ବର୍ତ୍ତମାନ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ ବଢାଇଛି । ବିଧାୟକଙ୍କ ପ୍ରେମ ବିବାଦ ସମୟରେ ପ୍ରେମିକା ସୋମାଲିକା ଦାଶ ତାଙ୍କ ବିରୁଦ୍ଧରେ ସେକ୍ସ ରାକେଟ ଚଳାଉଥିବାର ସାଙ୍ଘାତିକ ଅଭିଯୋଗ କରିଥିଲେ ।

ଅଡୁଆରେ ତିର୍ତ୍ତୋଲ ବିଧାୟକ, ପ୍ରେମିକା ଆଣିଥିବା ସେକ୍ସ ରାକେଟ ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ !

ସୂଚନାଯୋଗ୍ୟ, ଜଗତସିଂହପୁର ସହର ଦେଉଳି ଗ୍ରାମେଶ୍ବର ଗ୍ରାମର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶ ବିଜୟ ଶଙ୍କରଙ୍କ ନାମରେ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଥିଲେ । ଏହି ଘଟଣା ପଦାକୁ ଆସିବା ପରେ ବିଜୟ ଶଙ୍କର ସ୍ଥାନୀୟ ସବରେଜିଷ୍ଟ୍ରାରଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିଲେ । ଗତ ଜୁନ ୧୭ରେ ଉଭୟ ପକ୍ଷ ନିଷ୍ପତ୍ତି ଅନୁସାରେ ବିବାହ ପାଇଁ ଦିନ ସ୍ଥିର ହୋଇଥିଲା । କିନ୍ତୁ ବିବାହ ପାଇଁ ବିଧାୟକ ସବରେଜିଷ୍ଟ୍ରାର ଅଫିସକୁ ଆସିନଥିଲେ । ପରବର୍ତ୍ତୀ ସମୟରେ 18 ଜୁନରେ ପ୍ରେମିକା ସୋମାଲିକା ଜଗତସିଂହପୁର ଥାନାରେ ବିଜୟଙ୍କ ନାମରେ ଏତଲା ଦେଇଥିଲେ । ଏପରିକି ବିଧାୟକ ସେକ୍ସ ରାକେଟ ଚଳାଉଥିବାର ମଧ୍ୟ ଅଭିଯୋଗ କରିଥିଲେ ।

ଜଗତସିଂହପୁର ପୋଲିସ ଏହି ଏତଲାକୁ ଗ୍ରହଣ କରି କେସ୍ ନମ୍ବର 397, U/s 420/195-A506-B/294, 509,341,120-B/34 IPC ଧାରାରେ ମାମଲା ରୁଜୁ କରିଥିଲା । ଏହି ମାମଲାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଜଗତସିଂହପୁର ଏସପି ଚିଠି ଲେଖିଥିବା ଜଣାପଡିଛି । ଏ ସମ୍ପର୍କରେ ପ୍ରେମିକା ସୋମାଲିକା ଦାଶ କିମ୍ବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jul 14, 2022, 9:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.