ETV Bharat / state

ଶାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ, 10 ଗୁରୁତର - ଶାରଳାଙ୍କ ପୀଠରେ ଅଘଟଣ

ଶାରଳାଙ୍କ ମନ୍ଦିରରେ ଚନ୍ଦନ ଯାତ୍ରା ବେଳ ବାଣ ବିସ୍ଫୋରଣ । ଅଘଟଣରେ ପୋଲିସ ସମେତ ୧୦ ଜଣ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଚନ୍ଦନ ଯାତ୍ରା ବେଳ ବାଣ ବିସ୍ଫୋରଣ
ଚନ୍ଦନ ଯାତ୍ରା ବେଳ ବାଣ ବିସ୍ଫୋରଣ
author img

By

Published : May 13, 2023, 8:01 AM IST

Updated : May 13, 2023, 8:20 AM IST

ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ

ଜଗତସିଂହପୁର: ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ମା' ଶାରଳାଙ୍କ ପୀଠରେ ଅଘଟଣ । ଚନ୍ଦନ ଯାତ୍ରା ଚାଲିଥିବା ବେଳେ ହେଲା ବାଣ ବିସ୍ଫୋରଣ । ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ହୋଇଥିଲା ଏହି ବିସ୍ଫୋରଣ । ତେବେ ଅଘଟଣରେ ଜଣେ ପୋଲିସ କର୍ମଚାରୀ ଓ ଛୋଟ ପିଲାଙ୍କ ସମେତ 10 ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ମଣିଜଙ୍ଗା ମେଡ଼ିକାଲ ଓ ପରେ ଜଗତସିଂହପୁର ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, "ଶୁକ୍ରବାର ରାତିରେ ମା' ଶାରଳାଙ୍କ ଚଳନ୍ତି ବିଗ୍ରହ ମନ୍ଦିରରୁ ବାହାରି ଚନ୍ଦନ ପୁଷ୍କରିଣୀ ଅଭିମୁଖେ ରାତ୍ରିଚାପ କରିବା ପାଇଁ ବିଜେ କରିଥିଲେ । ଶୁକ୍ରବାର ଦିନ ଶେଷ ଚାପ ଥିବାରୁ 20 ଘେରା ମା'ଙ୍କୁ ବୁଲା ଯାଇଥିଲା । ଏହି ସମୟରେ ଚନ୍ଦନ ପୁଷ୍କରିଣୀର ଦକ୍ଷିଣ ପାର୍ଶ୍ଵରେ ବାଣ ଫୁଟା ଯାଇଥିଲା । ତେବେ ବାଣ ରଖାଯାଇଥିବା ସ୍ଥାନରେ ନିଆଁ ଲାଗିଯାଇଥିବାରୁ ହଠାତ ବିସ୍ଫୋରଣ ହୋଇଥିଲା । କିଏ କିଛି ବୁଝିବା ଆଗରୁ ସମସ୍ତ ବାଣ ଏକାଥରେ ଫୁଟିଥିଲା । ଫଳରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଛୋଟପିଲା ଓ ମହିଳାଙ୍କ ସମେତ 10ରୁ ଅଧିକ ଲୋକ ଆହତ ହୋଇଥିଲେ।"

ଏହା ମଧ୍ୟ ପଢନ୍ତୁ: ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପ୍ରସ୍ତୁତି: ଆଗାମୀ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରୁହ କହିଲେ ଉନ୍ନୟନ କମିଶନର

ସୂଚନା ଅନୁସାରେ, ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଦେହର 80 ଭାଗ ପୋଡି ଯାଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ଘଟିବା ପରେ ମା'ଙ୍କ ଚନ୍ଦନ ଯାତ୍ରା ଦେଖିବାକୁ ଉପସ୍ଥିତ ଥିବା ହଜାର ହଜାର ଲୋକ ଏହାଦେଖି ଦୌଡା ଦୌଡ଼ି ହୋଇଥିଲେ । ଫଳରେ ଦଳା ଚକଟାରେ ମଧ୍ୟ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ତିର୍ତ୍ତୋଲ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

କିଭଳି ବାଣରେ ନିଆଁ ଲାଗି ବିସ୍ଫୋରଣ ଘଟିଲା ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଶୁକ୍ରବାର ରାତି 11ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ରାତ୍ରୀ ଅନ୍ଧାର ଯୋଗୁଁ ଆହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ତେବେ ଆଗକୁ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ବୋଲି ଅନୁିମାନ କରାଯାଉଛି । ବାଣ କିଏ ଆଣିଥିଲା ଓ ସେଥିରେ କିପରି ନିଆଁ ଲାଗି ବିସ୍ଫୋରଣ ହେଲା ତାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : May 13, 2023, 8:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.