ETV Bharat / state

କୋଭିଡ କିଓସ୍କ ସେଣ୍ଟର ଉଦଘାଟିତ

author img

By

Published : Nov 18, 2020, 9:46 PM IST

ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ କିଓସ୍କ ସେଣ୍ଟର ଉଦଘାଟିତ । ଏଠାରେ ଫେସ ମାସ୍କ, ଫେସ ସିଲଡ, ହ୍ୟାଣ୍ଡ ଗ୍ଲୋଭସ, ସାନିଟାଇଜର ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଅଧିକ ପଢନ୍ତୁ..

କୋଭିଡ କିଓସ୍କ ସେଣ୍ଟର ଉଦଘାଟିତ
କୋଭିଡ କିଓସ୍କ ସେଣ୍ଟର ଉଦଘାଟିତ

ଜଗତସିଂହପୁର: ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓର୍ମାସ ପକ୍ଷରୁ କୋଭିଡ କିଓସ୍କ ଉଦଘାଟିତ ହୋଇଛି । ଏହାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉନ୍ମୋଚନ କରିଛନ୍ତି ।

ଏହା ମାଧ୍ୟମରେ ଜିଲ୍ଲାରେ ମହିଳାଙ୍କ ଦ୍ଵାରା ଉତ୍ପାଦିତ କୋଭିଡ ପଦାର୍ଥ ସୁଲଭ ମୂଲ୍ୟରେ ବିକ୍ରି କରାଯିବ । ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଦ୍ବାରା ସାନିଟାଇଜର, ହ୍ୟାଣ୍ଡ ୱାସ, ମାସ୍କ, ହ୍ୟାଣ୍ଡ ଗ୍ଲୋଭସ, ଫ୍ଲୋର, କ୍ଲିନିଙ୍ଗ, ଲିକ୍ୟୁଡ଼ ଆଦି ସାମଗ୍ରୀ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ଏହା ନଭେମ୍ବର 18 ତାରିଖରୁ ଡିସେମ୍ବର17 ତାରିଖ ପର୍ଯ୍ୟନ୍ତ ଖୋଲାଯିବ । ଏହି ଉତ୍ସବରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଡି ଡି ଏ ନାବାର୍ଡ ବିଶ୍ଵ ଭୂଷଣ ମହାନ୍ତି ଓରମାସର ଡେପୁଟି ସି ଓ ସତ୍ୟ ସୁନ୍ଦର ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.