ETV Bharat / state

କୋରୋନା କାଳ, ଜିଲ୍ଲାରେ 19 ପୋଲିସ କର୍ମଚାରୀ ପଜିଟିଭ୍ ଚିହ୍ନଟ

ଜଗତସିଂହପୁର ଜିଲ୍ଲାରେ ଆଜି 19 ପୋଲିସ କର୍ମଚାରୀଙ୍କ ସହ 176 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ 4108 ରେ ପହଁଞ୍ଚିଛି।

author img

By

Published : Sep 22, 2020, 9:46 AM IST

କୋରୋନା କାଳ, ଜଗତସିଂହପୁର ଜିଲ୍ଲାରେ 19 ପୋଲିସ କର୍ମଚାରୀ ପଜିଟିଭ୍ ଚିହ୍ନଟ

ଜଗତସିଂହପୁର: ଜିଲ୍ଲାରେ ଆଜି 19 ପୋଲିସ କର୍ମଚାରୀଙ୍କ ସହ 176 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଇତି ମଧ୍ୟରେ ଆଜି ତିର୍ତୋଲ ବ୍ଲକରୁ କୋରୋନାରେ ଜଣଙ୍କ ଜୀବନ ଯାଇଛି। ଆଜି ବାଲିକୁଦା ବ୍ଳକ ରୁ 29 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ବିରିଡିରୁ 13, ଏରସମାରୁ 9, ଜଗତସିଂହପୁର ଗ୍ରାମାଞ୍ଚଳରୁ 32, ରଘୁନାଥପୁରରୁ 14, ଜଗତସିଂହପୁର ସହରରୁ 20, ନାଉଗାଁରୁ 2, ପାରାଦ୍ୱୀପରୁ 26 କୁଜଙ୍ଗ ରୁ 13, ତିର୍ତ୍ତୋଲରୁ 16 ଓ କେନ୍ଦ୍ରାପଡା ଓ ପୁରୀ ରୁ ଆସିଥିବା 2 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଜିଲ୍ଲାର ବିଭିନ୍ନ ଥାନା ଏବେ କୋରୋନାର ହଟସ୍ପଟ ଅଞ୍ଚଳ ପାଲଟିଛି। ମଙ୍ଗଳବାର ଜଗତସିଂହପୁର ପୋଲିସ କଲୋନୀ ରୁ 12 ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ରଘୁନାଥପୁର ଥାନ ରୁ 1, ପାରାଦ୍ୱୀପ ଅଭୟଚାନ୍ଦପୁର ଥାନା ରୁ 4, ତ୍ରିତଲ ଥାନ ରୁ 1, ଓ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଜଣେ ପୋଲିସ ଅଫିସର କୋରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏହାକୁ ନେଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4108 ରେ ପହଁଞ୍ଚିଛି। ସେମାନଙ୍କ ମଧ୍ୟରୁ 2796 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସକ୍ରିୟ 1306 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ତେବେ ଆଜି କୋରୋନାରେ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 7 କୁ ବୃଦ୍ଧି ପାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.