ଜଗତସିଂହପୁର : ଲୋକକଳା ମାଧ୍ୟମରେ କୋରୋନା ସଚେତନତା । ଜଗତସିଂହପୁର ଜିଲ୍ଲାରେ ରାଜ୍ୟ ସଂସ୍କୃତି ବିଭାଗ ଓଡ଼ିଆ ଭାଷା ସାହିତ୍ୟ, ଓ ୟୁନିସେଫ ପକ୍ଷରୁ ବିଭିନ୍ନ କଳା ଓ ପାରମ୍ପରିକ ଲୋକକଳା ମାଧ୍ୟମରେ କୋରୋନା ସଚେତନତା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ କରାଯାଇଛି। ଜିଲ୍ଲାର ଆଠଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ପାରମ୍ପରିକ 10ଟି ଦଳ ପକ୍ଷରୁ ଓଡିଶୀ ସଂକୀର୍ତ୍ତନ, ପାଲା, ଘୋଡନାଚ ଆଦି ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଶୀତ ଦିନ ଦିନ ଥିବାରୁ ଲୋକେ କିପରି କୋରୋନାକୁ ନେଇ ସଚେତନ ହେବେ ସେ ନେଇ ଏହି ପ୍ରୟାସ ଆରମ୍ଭ କରାଯାଇଛି । ଅନ୍ୟପକ୍ଷରେ କୋରୋନା କାରଣରୁ ଲୋକକଳାର କଳାକାରମାନେ ପ୍ରଭାବିତ ହେଉଥିଲ। ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ କଳାକାର ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ