ଜଗତସିଂହପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜିକୁ ଠିକ ତିନିମାସ ପୂର୍ବରୁ ଗ୍ରୀନ ଜୋନରେ ଥିବା ଜଗତସିଂହପୁର ଜିଲ୍ଲା ଏବେ ଅରେଞ୍ଜ ଜୋନରେ ପହଞ୍ଚିଲାଣି । ଆଜି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 8 ଶହ 95ରେ ପହଞ୍ଚିଲାଣି ।
ଜିଲ୍ଲାରେ ଆଜି 16 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନାଉଗାଁ ଅଞ୍ଚଳରୁ ସର୍ବାଧିକ 12 ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ହୋମ କ୍ୱାରେଣ୍ଟଇନରୁ ଚିହ୍ନଟ ହୋଇଥିବା ପ୍ରଶାସନ କହିଛି । ସେହିପରି ପାରାଦ୍ୱୀପରୁ 2 କୁଜଙ୍ଗରୁ 1 ଓ ବାଲିକୁଦା ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ