ETV Bharat / state

ଜେଲରେ କୋରୋନା ସଂକ୍ରମଣରେ ରାଜ୍ୟରେ ଦ୍ବିତୀୟ ଆଳିପିଙ୍ଗଳ ସବଜେଲ୍ - ଜେଲ ସଂକ୍ରମଣରେ ରାଜ୍ୟରେ ଦ୍ବିତୀୟ ଆଳିପିଙ୍ଗାଳ ସବଜେଲ୍

ଜିଲ୍ଲାରେ ଦିନକୁ ଦିନ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏଥିରୁ ବାଦ ପଡି ନାହାଁନ୍ତି ସରକାରୀ କର୍ମଚାରୀ, ଡାକ୍ତର, ନର୍ସ, ପୋଲିସ ଓ ଜେଲର କଏଦୀ ।

ଚିନ୍ତା ବଢାଉଛି କୋରୋନା: ଜେଲ ସଂକ୍ରମଣରେ ରାଜ୍ୟରେ ଦ୍ବିତୀୟ ଆଳିପିଙ୍ଗାଳ ସବଜେଲ୍

author img

By

Published : Aug 23, 2020, 7:45 PM IST

ଜଗତସିଂହପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏଥିରୁ ବାଦ ପଡି ନାହାଁନ୍ତି ସରକାରୀ କର୍ମଚାରୀ, ଡାକ୍ତର, ନର୍ସ, ପୋଲିସ ଓ ଜେଲର କଏଦୀ । ସମସ୍ତଙ୍କୁ କୋରୋନା କବଳିତ କରିବାକୁ ଲାଗିଲାଣି ।

ଚିନ୍ତା ବଢାଉଛି କୋରୋନା: ଜେଲ ସଂକ୍ରମଣରେ ରାଜ୍ୟରେ ଦ୍ବିତୀୟ ଆଳିପିଙ୍ଗାଳ ସବଜେଲ୍

ସୂଚନାନୁସାରେ, ଜଗତସିଂହପୁର ସଦର ଥାନାରେ 5 ଜଣରୁ ଅଧିକ ପୋଲିସ କର୍ମଚାରୀ ଏବେ କୋରୋନା ଆକ୍ରାନ୍ତ ହୋଇ ସାରିଲେଣି । ସେହିପରି ପାରାଦ୍ବୀପ ଲକ୍ ଥାନାରେ ବି କୋରୋନା ଡର । ସେଠାରେ ଜଣେ ସବଇନ୍ସପେକ୍ଟରଙ୍କ ସହ ଏକାଧିକ ପୋଲିସ କର୍ମଚାରୀ ଏବେ କୋରୋନା ପଜିଟିଭ । ଏହାକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଚିନ୍ତା ବଢିଛି ।

ସେହିପରି ଜିଲା ପ୍ରଶାସନର ଚିନ୍ତା ବଢ଼ାଇଛି ଆଳିପିଙ୍ଗଳ ସବଜେଲ୍ । ରାଜ୍ୟର ଜେଲ ସଂକ୍ରମଣରେ ବ୍ରହ୍ମପୁର କାରାଗାରକୁ ଛାଡିଦେଲେ ଜଗତସିଂହପୁର ଆଳିପିଙ୍ଗଳ ଉପ କାରାଗାର ଏବେ ଦ୍ଵିତୀୟ ସ୍ଥାନରେ ରହିଛି । ବର୍ତ୍ତମାନସୁଦ୍ଧା ଏହି କାରାଗାରରେ 26 ଜଣ କଏଦୀଙ୍କ ସମେତ ଦୁଇ ଜେଲ କର୍ମଚାରୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ତେବେ ଏମାନଙ୍କ ସଂସ୍ପର୍ଶରେ ଅନେକ ଆସିଥିବା କୁହାଯାଉଛି । ଜିଲ୍ଲା ପ୍ରଶାସନ ଏଠାରେ ଥିବା ସମସ୍ତ କଏଦୀ ଓ ଜେଲ କର୍ମଚାରୀଙ୍କ ଆଣ୍ଟିଜେନ ଓ ସ୍ବାବ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପରୀକ୍ଷା କରାଗଲେ ଅଧିକ ପଜିଟିଭ ମାମସା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.