ETV Bharat / state

କରୋନା କୋପ, ଜାତୀୟ ପତାକା ବିକ୍ରି ମାନ୍ଦା - ପତାକା ବ୍ୟବସାୟ ଉପରେ କୋରୋନା ମାଡ

କୋରୋନାର ପ୍ରଭାବ ଦୋକାନ ଠୁ ବଜାର ସବୁଠି ପଡିଛି । କଟକଣା କାରଣରୁ ସ୍କୁଲ୍ କଲେଜ ବନ୍ଦ, ଛାତ୍ରଛାତ୍ରୀ ମଧ୍ୟ ଏଥର ବିଶେଷ ପତାକା କୁଣୁନାହାନ୍ତି । ଫଳରେ ପ୍ରଭାବିତ ହୋଇଛନ୍ତି ଅନେକ ପତାକା ତଥା ତ୍ରିରଙ୍ଗା ବ୍ୟାଚ ବ୍ୟବସାୟୀ । ଅଧିକ ପଢନ୍ତୁ...

ପତାକା ବ୍ୟବସାୟ ଉପରେ କୋରୋନା କୋପ
ପତାକା ବ୍ୟବସାୟ ଉପରେ କୋରୋନା କୋପ
author img

By

Published : Aug 15, 2021, 12:02 PM IST

ଜଗତସିଂହପୁର: ସ୍ୱାଧୀନତା ଦିବସକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ଦେଶ ମାତୃକାର ଜୟଗାନ କରିବାପାଇଁ ସମସ୍ତେ ପ୍ରସ୍ତୁତ । ସେ ସରକାରୀ ହେଉ ବା ବେସରକାରୀ ସବୁଠି ଜାତୀୟତାର ପ୍ରତୀକ ଭାବେ ଜାତୀୟ ପତାକାକୁ ଉତ୍ତୋଳନ କରିବା ପାଇଁ ସେହି ମୁହୂର୍ତ୍ତକୁ ସମସ୍ତ ଚାହିଁ ରହିଥାନ୍ତି ।

ପତାକା ବ୍ୟବସାୟ ଉପରେ କୋରୋନା କୋପ

କିନ୍ତୁ ଚଳିତ ବର୍ଷ କରୋନା ଜାତୀୟ ପତାକା ବିକ୍ରି ଉପରେ ପ୍ରଭାବ ପକାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀ ପତାକା କିଣିବାକୁ ଆସୁ ନାହାଁନ୍ତି।ଫଳରେ ବେବସାୟ ପ୍ରଭାବିତ ହୋଇଛି । ସ୍ୱାଧୀନତା ଦିବସ ପୂର୍ବରୁ ଶତାଧିକ ଦୋକାନୀମାନେ ତ୍ରିରଙ୍ଗା ପତାକା ବିକ୍ରି କରିଥାନ୍ତି । ଖାଲି ପତାକା କାହିଁକି ତ୍ରିରଙ୍ଗା ଷ୍ଟିକର, ବ୍ୟାଚ ଆଦି ବିକ୍ରି କରି ଗୁଜୁରାଣ ମେଣ୍ଟାନ୍ତି ।

କିନ୍ତୁ ଗତ ଦୁଇ ବର୍ଷ ଧରି ଏଥିରେ ଭଟ୍ଟା ପଡିଛି । ଜଗତସିଂହପୁର ସହରରେ ଦୁଇ/ତିନୋଟି ଦୋକାନ ଛାଡିଦେଲେ ଚଳିତ ବର୍ଷ ସେଭଳି ଆସର ଜମିନାହିଁ । କମ୍ ବିକ୍ରି କାରଣରୁ ଚିନ୍ତାରେ ବ୍ୟବସାୟୀ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.