ETV Bharat / state

ପୁନର୍ବାର ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିବାଦୀୟ ଜିଲ୍ଲାପାଳ ସଂଗ୍ରାମ କେଶରୀ - Controversial collector Sangram Keshari

ପୁନର୍ବାର ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିବାଦୀୟ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଗତ ତିର୍ତ୍ତୋଲ ଉପନିର୍ବାଚନ ସମୟରେ ପଦରୁ ହଟାଯାଇଥିଲେ ସମ୍ପୃକ୍ତ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ପୁନର୍ବାର ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିବାଦୀୟ ଜିଲ୍ଲାପାଳ ସଂଗ୍ରାମ କେଶରୀ

author img

By

Published : Jan 3, 2021, 9:55 PM IST

ଜଗତସିଂହପୁର: ଜିଲ୍ଲାକୁ ପୁଣି ଫେରିଲେ ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ରବିବାର ସଂଗ୍ରାମ କେଶରୀ ପୁନର୍ବାର ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଛନ୍ତି । ଗତ ତିର୍ତ୍ତୋଲ ଉପନିର୍ବାଚନ ସମୟରେ କଂଗ୍ରେସର ଅଭିଯୋଗ ଆଧାରରେ ତାଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଦିଆଯାଇଥିଲା । ଅନ୍ୟପଟେ 3 ମାସ ଧରି ଜଗତସିଂହପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ସୂଚନାଯୋଗ୍ୟ, ଜିଲ୍ଲାପାଳ ସଂଗ୍ରାମ କେଶରୀଙ୍କ ଘର ତିର୍ତ୍ତୋଲ ହୋଇଥିବାବେଳେ ଗତ ଉପନିର୍ବାଚନ ସମୟରେ ସେ ଭୋଟରଙ୍କୁ ପ୍ରଭାବିତ କରିପାରନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ନିର୍ବାଚନ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲା । ଫଳରେ ନିର୍ବାଚନ କମିଶନ ସଂଗ୍ରାମ ମହାପାତ୍ରଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଦାୟିତ୍ବରୁ ଅବ୍ୟାହତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.