ପାରାଦ୍ବୀପ: ଡପଲର ରାଡାରରେ କାର୍ଯ୍ୟରୁ ଛଟେଇକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଶ୍ରମିକ । ଶ୍ରମିକମାନଙ୍କ ସହବନ୍ଧିତ ପାରାଦୀପ ପୋର୍ଟ ମଜଦୁର ୟୁନିୟନର ଶ୍ରମିକ ନେତା ମଧ୍ୟ ଏହି ଧାରଣାକୁ ସମର୍ଥନ ଦେଇଛନ୍ତି । ଦୀର୍ଘ ୯ ମାସ ଧରି ଶ୍ରମିକମାନଙ୍କ ପାଉଣା ବକେୟା ରଖିବା ପରେ ସେମାନଙ୍କୁ କାର୍ଯ୍ୟରୁ ବାହାର କରି ଦିଆଯାଇଛି । ନୂଆ ଶ୍ରମିକ ନିଯୁକ୍ତିକୁ ଦିଆଯାଇଥିବା ବେଳେ କାର୍ଯ୍ୟରତ ଶ୍ରମିକଙ୍କ ବକେୟା ପାଉଣା ଦିଆଯାଉନାହିଁ ।
ଏହାକୁ ନେଇ CPWDର କାର୍ଯ୍ୟନିର୍ବାହୀ ଅଧିକାରୀ କାଞ୍ଜିଲାଲଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା । ପୂର୍ବରୁ କାର୍ଯ୍ୟରତ ଶ୍ରମିକମାନଙ୍କ ପ୍ରତି ଅନ୍ୟାୟ ହେଉଥିବା ଅଭିଯୋଗ ହୋଇଛି । କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କୁ ବେଆଇନ ଭାବରେ ଛଟେଇ ଓ ନୂତନ ନିଯୁକ୍ତିକୁ ବିରୋଧ କରାଯାଇଛି । ଛଟେଇ ହୋଇଥିବା କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି କରିଛି ପାରାଦୀପ ପୋର୍ଟ ମଜଦୁର ୟୁନିୟନ ।
ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସହ ଓ ଅନ୍ୟ ଦାବି ନେଇ ଶ୍ରମିକ ସଙ୍ଘ ତରଫରୁ DWR ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିଛନ୍ତି ଶ୍ରମିକ l ଯେପର୍ଯ୍ୟନ୍ତ ଶ୍ରମିକମାନଙ୍କ ଦାବି ପୂରଣ ହୋଇନି ସେପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ପାରାଦୀପ ପୋର୍ଟ ମଜଦୁର ସଙ୍ଘର ସାଧାରଣ ସମ୍ପାଦକ ଅରୁଣ ସ୍ୱାଇଁ କହିଛନ୍ତି l
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ