ETV Bharat / state

IOCL ସମ୍ମୁଖରେ ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ - ପାରାଦ୍ବୀପ ତୈଳ ବିଶୋଧନାଗାର

ପାରାଦ୍ବୀପ ତୈଳ ବିଶୋଧନାଗାର (IOCL) ସମ୍ମୁଖରେ ଠିକା ଶ୍ରମିକଙ୍କ ବିଶାଳ ସମାବେଶ । ବିଭିନ୍ନ ଦଫା ଦାବି ନେଇ କାର୍ଯ୍ୟରତ ଶ୍ରମିକମାନେ ଗଣଧାରଣା ଦେବାସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢ଼ନ୍ତୁ

ଆଇଓସିଏଲ ସମ୍ମୁଖରେ ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By

Published : Dec 7, 2022, 9:39 AM IST

ପାରାଦ୍ବୀପ: ପାରାଦ୍ବୀପ ତୈଳ ବିଶୋଧନାଗାର (IOCL) ସମ୍ମୁଖରେ ଠିକା ଶ୍ରମିକଙ୍କ ବିଶାଳ ସମାବେଶ । ବିଭିନ୍ନ ଦଫା ଦାବି ନେଇ କାର୍ଯ୍ୟରତ ଶ୍ରମିକମାନେ ଗଣଧାରଣା ଦେବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିକି ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ସମାବେଶରେ ଶ୍ରମିକ ନେତା ବାପି ସର୍ଖେଲ ସାମିଲ ହୋଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତିକୁ ବିରୋଧ କରିଥିଲେ । ଏହାସହିତ ଶ୍ରମିକ ଶୋଷଣ ନୀତିକୁ ଜୋରଦାର ବିରୋଧ ମଧ୍ୟ କରିଥିଲେ ।

ଆଇଓସିଏଲ ସମ୍ମୁଖରେ ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ସୂଚନାନୁସାରେ, ଆଇଓସିଏଲ (IOCL) କର୍ତ୍ତୃପକ୍ଷ ଗତ 3ବର୍ଷ ପୂର୍ବରୁ ନିଜ କମ୍ପାନୀରେ ପ୍ରାୟ 3ହଜାର 5ଶହ ଠିକା କର୍ମଚାରୀଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେଇଥିଲେ । ଇତି ମଧ୍ୟରେ ଠିକା କର୍ମଚାରୀଙ୍କ ଚୁକ୍ତି ଭିତ୍ତିକ ନିଯୁକ୍ତି ଗତ ଫେବୃଆରୀ ମାସରୁ ଅବଧି ଶେଷ ହୋଇସାରିଛି । ତଥାପି କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ରିନୁଆଲ କରୁନାହାଁନ୍ତି । ଫଳରେ 3 ହଜାର 5 ଶହ ଶ୍ରମିକଙ୍କ ଜୀବିକା ଏବେ ସଙ୍କଟରେ । ଏନେଇ 7ରୁ 8 ଥର କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା । ହେଲେ କୌଣସି ସୁଫଳ ମିଳିନାହିଁ । ତେଣୁ ବାଧ୍ୟ ହୋଇ ଶ୍ରମିକ ସଂଗଠନ ଗତକାଲି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଆଇଓସିଏଲ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ।

ଏ ସମ୍ପର୍କରେ ଶ୍ରମିକ ନେତା ବାପି ସର୍ଖେଲ କହିଛନ୍ତି, ''IOCL ମ୍ୟାନେଜମେଣ୍ଟକୁ ଯେତେ କଣ୍ଟ୍ରାକଚ୍ୟୁଆଲ ଓ୍ବାର୍କର ଅଛନ୍ତି ପାରାଦ୍ବୀପ ରିଫାଇନରର ସମସ୍ତଙ୍କ ପାଇଁ ଏକ ଚାପ୍ଟର ଅଫ ଡିମାଏଣ୍ଡ ଦିଆଯାଇଛି । ଆମର ୩ ବର୍ଷର ଚୁକ୍ତି ଥିଲା । ୩ ବର୍ଷର ଚୁକ୍ତି ଆମର ଗତ ଫେବୃଆରୀ ମାସରୁ ସରିଗଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ IOCL ମ୍ୟାନେଜମେଣ୍ଟ ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ଏନେଇ ବିଭିନ୍ନ ଥର ମିଟିଙ୍ଗ ହେଲା ପରେ ମଧ୍ୟ IOCL କମ୍ପାନୀ ଚୁକ୍ତିନାମା କରୁନାହାଁନ୍ତି ।

ଫଳରେ ପାଖାପାଖି ୩୫୦୦ ଶ୍ରମିକଙ୍କର ଜୀବନ ଜୀବିକା ଏବେ ଟଳମଳ ହୋଇ ପଡ଼ିଛି । ତେଣୁ ବାଧ୍ୟ ହୋଇ ଆମେ ରାଜରାସ୍ତାକୁ ଓହ୍ଲାଇଛୁ । ଏହାସହ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଛୁ । ଏହାପୂର୍ବରୁ ପ୍ରାୟ ୬-୭ ଥର IOCL ମ୍ୟାନେଜମେଣ୍ଟ ସହ ଆମର ଏକ ଆଲୋଚନା ହୋଇସାରିଛି । କିନ୍ତୁ କୌଣସି ନିଷ୍ଫଳ ନଆସିବାରୁ ଆମେ ବାଧ୍ୟ ହେଇଛୁ ଏଭଳି ଧାରଣା ଡାକରା ଦେବା ପାଇଁ । ତେବେ କମ୍ପାନୀର କିଛି କ୍ଷତି ନହେଉ ବୋଲି ଆମେ ବିଗତ ଦିନରେ ମଧ୍ୟ କାର୍ଯ୍ୟ ବନ୍ଦ ନକରି କେବଳ ଅଭିଯୋଗ କରୁଥିଲୁ । କମ୍ପାନୀ ଆମ କଥା ଶୁଣୁ । ହେଲେ କମ୍ପାନୀ ଅଣଦେଖା କରିବା ପରେ ଆମେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛୁ । ତେଣୁ ଯେତେ ପର୍ଯ୍ୟନ୍ତ IOCL ମ୍ୟାନେଜମେଣ୍ଟ ଆମ ଦାବିକୁ ନମାନିବ ଦିନ ରାତି ଏଇଠି ବସି ରହିବୁ।''

ସେହିପରି ପାରାଦ୍ବୀପ IOCLର ସାଧାରଣ ସମ୍ପାଦକ ସମୀର ବିଶ୍ବାଳ କହିଛନ୍ତି, ''IOCL ରିଫାଇନରରେ ଯେତେ ଶ୍ରମିକ କାମ କରୁଛନ୍ତି ସେମାନଙ୍କର ଯେଉଁ ଚୁକ୍ତିନାମା ହୋଇଥିଲା ତାହାର ଅବଧି ସରିଯାଇଛି । ବର୍ତ୍ତମାନ IOCL ମ୍ୟାନେଜମେଣ୍ଟକୁ ଅନୁରୋଧ କରିଛୁ ଯେ ଏହି ଚୁକ୍ତିନାମାର ରିନୁଆଲ କରାଯାଉ । ହେଲେ କର୍ତ୍ତୃପକ୍ଷ ଶୁଣୁନାହିଁ । ଏନେଇ ବିଗତ ଦିନରେ ଆମେ କଳାପତାକା ପ୍ରଦର୍ଶନ କରଥିଲୁ । ହେଲେ କୌଣସି କଥା କି ଧାରଣାକୁ ଖାତିର କରୁନାହାଁନ୍ତି IOCL କମ୍ପାନୀର ମ୍ୟାନେଜମେଣ୍ଟ ।''

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.