ଜଗତସିଂହପୁର: ଜିଲ୍ଲା ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରୁ ବିଚାରାଧିନ କଏଦୀ ସୂର୍ଯ୍ୟ ସିଂ ଖସି ପଳାଇଯିବା ଘଟଣା । ଘଟଣାକୁ ନେଇ ପୋଲିସ ବିଭାଗ ପକ୍ଷରୁ ୨ କନେଷ୍ଟବଳ ସଂଗ୍ରାମ ରାଉତ ଓ ଗୌରାଙ୍ଗ ରାଉଳଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରାଯାଇଛି।
ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ଜିଲ୍ଲା ଦୌରାଜଜ୍ଙ୍କ ପାଖରେ ହାଜର କରିବାକୁ ନେବାବେଳେ ଅଭିଯୁକ୍ତ ଜଣକ ଖସି ପଳାଇବାରେ ସମର୍ଥ ହୋଇଥିଲା । ଏହାକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠନ ନିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ