ETV Bharat / state

କୋଭିଡ ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷର ସହାୟତା ରାଶି ପ୍ରଦାନ

author img

By

Published : Jan 2, 2021, 10:47 PM IST

କୋଭିଡ ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷର ସହାୟତା ରାଶି ପ୍ରଦାନ । ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଗଲା ଚେକ । ଅଧିକ ପଢନ୍ତୁ...

Chief Minister has provided Rs 50 lakh crore to the covid warrior family
କୋଭିଡ ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷର ସହାୟତା ରାଶି ପ୍ରଦାନ

ଜଗତସିଂହପୁର : କୋଭିଡ ଯୋଦ୍ଧାଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ 50 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସ ଜରିଆରେ କୋରୋନା ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧାଙ୍କ ପରିବାରଙ୍କୁ 50 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏରସମା ବ୍ଲକ ଅନ୍ତର୍ଗତ ଗଡ଼ବିସନପୁର ପଞ୍ଚାୟତର ପଲ୍ଲୀକଣ୍ଟା ଗାଁର ଗ୍ରାମ୍ୟ ରୋଜଗାର ସେବକ(ଜିଆରଏସ ) ଅମୀର କୁମାର ତରାଇ ନିଜ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ କୋରୋନା ଆକ୍ରାନ୍ତ ହୋଇଥିଲେ। ଫଳରେ ମହାମାରୀରେ ତାଙ୍କର ମୃତ୍ୟୁ ଘଟିଥିଲା । ଏସମ୍ପର୍କରେ ପ୍ରଶାସନ ଜାଣିବା ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଇ ଦିଆଯାଇଥିଲା।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ମୁତାବକ 50 ଲକ୍ଷ ଟଙ୍କାର ସହାୟତା ରାଶି ତାଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ଜରିଆରେ ଏହା ଉପସ୍ଥିତ ରହିବା ସହ ଜିଲ୍ଲାପାଳଙ୍କୁ ଚେକ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ମୃତ ଅମୀର କୁମାର ତରାଇଙ୍କ ଦୁଇ ଝିଅ ରହିଛନ୍ତି। ଅମୀରଙ୍କ ମୃତ୍ୟୁ ପରେ ଆର୍ଥିକ ଅବସ୍ଥା ଖରାପ ହୋଇ ହୋଇ ପଡ଼ିଥିଲା।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.