ETV Bharat / state

କନିଷ୍ଠ ଯନ୍ତ୍ରୀଙ୍କ ବାସଭବନରେ ସିବିଆଇ ଚଢାଉ - ରାଜିବ ରଞ୍ଜନ ରେଡ୍ଡୀ

ପାରାଦୀପରେ ଥିବା ଭାରତୀୟ ତଟରକ୍ଷା ବାହିନୀର କଲୋନୀ ପରିସରରେ ଥିବା 'ମିଲଟାରୀ ଇଞ୍ଜିନିୟର ସର୍ଭିସ'ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରାଜିବ ରଞ୍ଜନ ରେଡ୍ଡୀ ଜନୈକ ଠିକାଦାର ପବିତ୍ର ମହାରଣାଙ୍କ ପାଖରୁ କିଛି ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଥିବା ଜଣାପଡିଛି ।

କନିଷ୍ଠ ଯନ୍ତ୍ରୀଙ୍କ ବାସଭବନରେ ସିବିଆଇ ଚଢାଉ
କନିଷ୍ଠ ଯନ୍ତ୍ରୀଙ୍କ ବାସଭବନରେ ସିବିଆଇ ଚଢାଉ
author img

By

Published : Sep 24, 2020, 10:35 PM IST

ଜଗତସିଂପୁର: ପାରାଦୀପ ମିଲିଟାରୀ ଇଞ୍ଜିନିୟର ସର୍ଭିସ କାର୍ଯ୍ୟାଳୟ ଉପରେ ସିବିଆଇ ଚଢ଼ାଉ କରି ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ସମୟରେ ଧରାପଡିଥିବା ଜଣାପଡିଛି । କନିଷ୍ଠ ଯନ୍ତ୍ରୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ମଧ୍ୟ ସିବିଆଇ ଚଢ଼ାଉ କରିଥିବା ସୂଚନା ରହିଛି ।

କନିଷ୍ଠ ଯନ୍ତ୍ରୀଙ୍କ ବାସଭବନରେ ସିବିଆଇ ଚଢାଉ

ସୂଚନା ମୁତାବକ ପାରାଦୀପରେ ଥିବା ଭାରତୀୟ ତଟରକ୍ଷା ବାହିନୀର କଲୋନୀ ପରିସରରେ ଥିବା 'ମିଲିଟାରୀ ଇଞ୍ଜିନିୟର ସର୍ଭିସ'ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରାଜିବ ରଞ୍ଜନ ରେଡ୍ଡୀ ଜନୈକ ଠିକାଦାର ପବିତ୍ର ମହାରଣାଙ୍କ ପାଖରୁ କିଛି ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରା ପଡିଥିବା ଜଣାପଡିଛି ।

ତେବେ ପାରାଦୀପରେ ଥିବା ଏକ କମ୍ପ୍ଲେକ୍ସର କାର୍ଯ୍ୟ କରିବା ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦାର ପବିତ୍ର ମହାରଣା ସୀକୄତି ପାଇଥିଲେ । ହେଲେ ଏହି କାମ କରିବା ପାଇଁ ଯନ୍ତ୍ରୀ ଜଣକ ବାରମ୍ବାର ଲାଞ୍ଚ ମାଗୁଥିବା ନେଇ ଜନୈକ ଠିକାଦାର ଜଣକ ସିବିଆଇକୁ ଜଣାଇଥିଲେ । ଯାହାକୁ ନେଇ ସିବିଆଇ ବିଭାଗର ଏକ ୧୪ ଜଣିଆ ଟିମ ଗଠନ କରାଯାଇ ଠିକାଦାର ଟଙ୍କା ଦେଉଥିବା ସମୟରେ ଯନ୍ତ୍ରୀ ଜଣକୁ ସିବିଆଇ ଧରିଥିଲା । ତେବେ ଦୀର୍ଘ ସମୟ ଧରି ସିବିଆଇ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିବା ସହ ଲାଞ୍ଚ ନେଇଥିବା ୩୦ ହଜାର ଟଙ୍କା ସହ ଯନ୍ତ୍ରୀ ରାଜିବ ରଞ୍ଜନ ରେଡ୍ଡୀକୁ ଗିରଫ କରିଥିବା ଦେଖିବାକୁ ମିଳିଛି ।

ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.