ETV Bharat / state

ନିର୍ବାଚନରେ ଭୁଲ ତଥ୍ୟକୁ ନେଇ କୁଜଙ୍ଗ BDOଙ୍କ ନାମରେ ମାମଲା - କୁଜଙ୍ଗ ବିଡିଓଙ୍କ ନାମରେ ମାମଲା ରୁଜୁ

ନିର୍ବାଚନ ତଥ୍ୟକୁ ନେଇ ଜଗତସିଂହପୁର କୁଜଙ୍ଗ BDOଙ୍କ ନାମରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

ନିର୍ବାଚନରେ ଭୁଲ ତଥ୍ୟକୁ ନେଇ କୁଜଙ୍ଗ BDOଙ୍କ ନାମରେ ମାମଲା

author img

By

Published : May 23, 2022, 6:30 PM IST

Updated : May 23, 2022, 7:40 PM IST

ଜଗତସିଂହପୁର: ନିର୍ବାଚନ ସଂକ୍ରାନ୍ତୀୟ ତଥ୍ୟ ଭୁଲ ଦର୍ଶାଇଥିବା ଜଣାପଡିବା ପରେ କୁଜଙ୍ଗ ବିଡ଼ିଓଙ୍କ ନାମରେ ମାମଲା ରୁଜୁ । ସୂଚନା ଅଧିକାର ଆଇନ(RTI) ସାହାଯ୍ୟରେ ଏହା ଖୁଲାସା ହୋଇଛି । କୁଜଙ୍ଗ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତ ପଞ୍ଚାୟତ ନିର୍ବାଚନରେ ପାରାଦ୍ବୀପ ଗଡ଼ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ସସ୍ମିତା ବେହେରା ପ୍ରତିଦ୍ବନ୍ଦ୍ବୀତା କରିଥିଲେ । ସେ ତାଙ୍କର ନିକଟତମ ପ୍ରତିନ୍ଦନ୍ଦ୍ବୀଙ୍କ ଠାରୁ 497 ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଥିଲେ ।

ନିର୍ବାଚନରେ ଭୁଲ ତଥ୍ୟକୁ ନେଇ କୁଜଙ୍ଗ BDOଙ୍କ ନାମରେ ମାମଲା

ନିର୍ବାଚନ ସମୟରେ ସରପଞ୍ଚ ସସ୍ମିତା ବେହେରା ଦେଇଥିବା ସତ୍ୟପାଠ ନେଇ ସେହି ଗ୍ରାମର କେତେକ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ମାଗିଥିଲେ । BDO ଦେଇଥିବା ତଥ୍ୟରେ ତାଳମେଳ ନ ଥିବାରୁ ଅଭିଯୋଗ କରି ଏହାକୁ ନେଇ କୁଜଙ୍ଗ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୁଜଙ୍ଗ କୋର୍ଟ ଏହାକୁ ବିଚାରକୁ ନେଇ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୁଜଙ୍ଗ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବିଡ଼ିଓଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 23, 2022, 7:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.