ETV Bharat / state

ଉଦ୍‌ଘାଟନକୁ ବିତିଲା ୧୧ ବର୍ଷ: କାର୍ଯ୍ୟକ୍ଷମ ଶୂନ, ମୁକ ହୋଇପଡିଛି ଯୋଗଧାରୀ ସରକାରୀ ବସଷ୍ଟାଣ୍ଡ

ନିର୍ମାଣ ହୋଇବି ଲୋକଙ୍କ କାମରେ ଆସୁନି ବସଷ୍ଟାଣ୍ଡ । ଉଦଘାଟନକୁ ୧୧ ବର୍ଷ ବିତି ଯାଇଛି ତଥାପି କାର୍ଯ୍ୟକାରୀ ହୋଇପାରୁନି ବସଷ୍ଟାଣ୍ଡ । ଆମେ କହୁଛୁ ଜଗତସିଂହପୁର ସହରର ଠାରୁ ୪ କିଲୋମିଟର ଦୂର ଯୋଗଧାରୀରେ ଥିବା ସରକାରୀ ବସଷ୍ଟାଣ୍ଡର କଥା । ଅଧିକ ପଢନ୍ତୁ

bus stand problem in jagatsinghpur
ଉଦଘାଟନର 11ବର୍ଷ ପରେ ବି କାର୍ଯ୍ୟକାରୀ ହେଉନି ଜଗତସିଂହପୁର ବସଷ୍ଟାଣ୍ଡ
author img

By

Published : Nov 20, 2021, 9:31 PM IST

ଜଗତସିଂହପୁର: ଜରାଜୀର୍ଣ୍ଣ ଅବସ୍ଥାରେ ବସଷ୍ଟାଣ୍ଡ । ନିର୍ମାଣ ହୋଇବି ଲୋକଙ୍କ କାମରେ ଆସୁନି । ଉଦଘାଟନକୁ ୧୧ ବର୍ଷ ବିତି ଯାଇଛି ତଥାପି କାର୍ଯ୍ୟକାରୀ ହୋଇପାରୁନି ବସଷ୍ଟାଣ୍ଡ । ଆମେ କହୁଛୁ ଜଗତସିଂହପୁର ସହରର ଠାରୁ ୪ କିଲୋମିଟର ଦୂର ଯୋଗଧାରୀରେ ଥିବା ସରକାରୀ ବସଷ୍ଟାଣ୍ଡର କଥା । ୨୦୧୨ ମସିହାରେ ବସଷ୍ଟାଣ୍ଡଟି ଉଦଘାଟନ ହୋଇଥିଲା ହୋଇଥିଲା । ବିଡମ୍ବନାର ବିଷୟ ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଫଳରେ ଜିଲ୍ଲା ଗଠନର ୨୯ ବର୍ଷ ପରେ ବି ଜିଲ୍ଲା ସଦର ମହକୁମାକୁ ସଂଯୋଗ କରିବା ପାଇଁ ବସଷ୍ଟାଣ୍ଡଟିଏ ନାହିଁ ।

ଉଦଘାଟନର 11ବର୍ଷ ପରେ ବି କାର୍ଯ୍ୟକାରୀ ହେଉନି ଜଗତସିଂହପୁର ବସଷ୍ଟାଣ୍ଡ

ଓଡ଼ିଶା ମାନଚିତ୍ରରେ ଜଗତସିଂହପୁର ଜିଲ୍ଲାର ବେଶ ଗୁରୁତ୍ୱ ରହିଛି। ଏହି ଜିଲ୍ଲାରେ ପୂର୍ଵ ଭାରତର ସର୍ଵ ବୃହତବନ୍ଦର, ରହିଥିବାବେଳେ ଦେଶର ନାମିଦାମୀ ବୃହତ ଶିଳ୍ପାନୁଷ୍ଠାନ ଏହି ଜିଲ୍ଲାରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ଜିଲ୍ଲାରୁ ପ୍ରତ୍ୟେକ ବର୍ଷ, ଶହ ଶହ କୋଟିର ରାଜସ୍ୱ ପାଉଥିବା ବେଳେ ଏହି ଜିଲ୍ଲା ବିକାଶ କିନ୍ତୁ ବାଟବଣା ହୋଇଛି। ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି ଏହି ଜିଲ୍ଲା। ଜିଲ୍ଲା ଗଠନର ୨୯ ବର୍ଷ ପରେ ବି ଜିଲ୍ଲା ସଦର ମହକୁମାକୁ ସଂଯୋଗ କରିବା ପାଇଁ ଏକ ବସଷ୍ଟାଣ୍ଡ କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ଉପକୂଳର ବିକାଶ ଯଦି ଏଇଆ, ତେବେ ଉପାନ୍ତ କଥା ପଚାରେ କିଏ ? 16 ଶହ ବର୍ଗ କିଲୋମିଟର ପରିବ୍ୟାପ୍ତ ଓ 13 ଲକ୍ଷ ଜନ ସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାକୁ 1993 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦଘାଟନ କରିଥିଲେ। ଜିଲ୍ଲା ହେବାର 12 ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହର ଠାରୁ 4 କିଲୋମିଟର ଦୂର ଯୋଗଧାରୀ ଠାରେ 2005 ମସିହାରେ 75 ଲକ୍ଷ ଟଙ୍କା ବ୍ୟୟରେ ବସଷ୍ଟାଣ୍ଡର ଶିଳାନ୍ୟାସ କରିଥିଲେ। ହେଲେ, ପ୍ରଶାସନିକ ଶିଥିଳତା ଓ ରାଜନୈତିକ ଇଛାଶକ୍ତିର ଅଭାବ ହେତୁ ବସଷ୍ଟାଣ୍ଡର କାର୍ଯ୍ୟ ଧିମେଇ ଯାଇଥିଲା । ଏହାର 7 ବର୍ଷ ପରେ 2012 ରେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଏହାର ଉଦଘାଟନ କରିଥିଲେ।

ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ବସଷ୍ଟାଣ୍ଡଟି ଅବ୍ୟବହୃତ ଅବସ୍ଥାରେ ପଡି ରହିଛି। କାର୍ଯ୍ୟକାରୀ ହେଉନଥିବାରୁ ଯାତ୍ରୀ ଵିଶ୍ରାମାଗାର ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ସବୁ ଭାଙ୍ଗି ରୁଜି ଗଲାଣି । ଅପରପକ୍ଷେ ସହରର ମଧ୍ୟଭାଗ, ପୋଷ୍ଟ ଅଫିସଛକ ନିକଟରେ ଥିବା ଏକ 9 ଡ଼ିସିମିଲର ଘରୋଇ ଜାଗାରେ ବସ ଗୁଡିକ ରହଣି କରୁଛି । ଫଳରେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏପରିକି ଅନେକ ସମୟରେ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଗଲାଣି । ଯାହାକୁ ନେଇ ସମସ୍ୟା ଭୋଗୁଛନ୍ତି ଜିଲ୍ଲାବାସୀ ।

ଏପଟେ ଘରୋଇ ବସ ମାଲିକଙ୍କ କହିବା କଥା, ଯେ ବସଷ୍ଟାଣ୍ଡଟି ସହର ଠାରୁ ଦୂରରେ ଓ ଏକ ପାଖିଆ ହୋଇ ଥିବାରୁ ସେଠାକୁ ବସ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ବସଷ୍ଟାଣ୍ଡକୁ ବସ ଚଳାଚଳ କରିପାରୁ ନାହିଁ । ଜିଲ୍ଲା ପ୍ରଶାସନ ଯଦି ଏକ ଏକ ବାଇପାସ ରାସ୍ତା ନିର୍ମାଣ କରନ୍ତି ତେବେ ସେଠାକୁ ବସ ଚଳାଚଳ ସ୍ବାଭାବିକ ହୋଇ ପାରିବ ବୋଲି କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ମୁହଁ ଖୋଲୁ ନଥିବା ବେଳେ ଜିଲ୍ଲାବାସୀ ସାଧାରଣ ତ ବସଷ୍ଟାଣ୍ଡ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.