ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଜୟଦେବ ସଦନରେ ପାରାଦ୍ବୀପ ମହୋତ୍ସବ ଆରମ୍ଭ ହୋଇଛି । କୋରୋନା ପାଇଁ 2 ବର୍ଷ ହେବ ବନ୍ଦ ଥିବା ଏହି ମହୋତ୍ସବ ଧୁମାଧାମରେ ଆୟୋଜିତ ହେବ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 98ତମ ଜନ୍ମ ଜୟନ୍ତୀ ଅବସରରେ ଏହି ମହୋତ୍ସବ ପାଳିତ ହୋଇଛି । ଅଟଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମହୋତ୍ସବ ଶୁଭାରମ୍ଭ ହୋଇଥିବା ବେଳେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ପାଇଁ ପାରାଦ୍ବୀପ ଉତ୍ସବ ମୁଖର ହୋଇଛି । ଏଥିରେ ବିଜେପି ରାଜ୍ୟ ସଭାପତି ସମୀର ଦାସ ଯୋଗ ଦେଇଛନ୍ତି ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ, ପାରାଦ୍ୱୀପ ପୌରାଧକ୍ଷ ବସନ୍ତ କୁମାର ବିଶ୍ବାଳ, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସମ୍ପଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପାରାଦ୍ୱୀପ ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଉତ୍ସାର୍ଗ କରାଯାଇଥିଲା। ଅଟଳଜୀ ଜଣେ ଦକ୍ଷ ରଜନେତା, ଆଜିବି ସେ ଭାରତବାସୀଙ୍କ ହୃଦୟରେ ରହିଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ । 7ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ମୀନା ବଜାର, ପିଲାଙ୍କ ପାଇଁ ଦୋଳି ଓ ଘରକରଣା ସାମଗ୍ରୀ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ପାରାଦ୍ୱୀପ ମହୋତ୍ସବ ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବ ।
ଏହା ବି ପଢନ୍ତୁ...Kalinga Utsava 2022: ଉତଯାପିତ ହେଲା କଳିଙ୍ଗ ଉତ୍ସବ
କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 98ତମ ଜନ୍ମଜୟନ୍ତୀ ପାଳନ ଉତ୍ସବରେ ଏହି ମହୋତ୍ସବରେ ସାମିଲ ଦେବାର ସୁଯୋଗ ମିଳିଲା । ମହୋତ୍ସବରେ ବିଭିନ୍ନ ଆଲୋଚନା ହୋଇଥିଲା । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।''
ଇଟିଭି ଭାରତ, ଜଗତସିଂହପୁର