ETV Bharat / state

ପାରାଦ୍ବୀପ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି - ପାରାଦ୍ବୀପ ବିଧାୟକ

କୁଜଙ୍ଗ ମଦ ଦୋକାନ ଉଲ୍ଲାସ ଜେନା ହତ୍ୟା ଘଟଣାରେ ପାରାଦ୍ଵୀପ ବିଧାୟକଙ୍କ ମନ୍ତବ୍ୟକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...

ପାରାଦ୍ବୀପ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

author img

By

Published : Feb 28, 2021, 4:03 PM IST

ପାରାଦ୍ଵୀପ: କୁଜଙ୍ଗ ମଦ ଦୋକାନ ଉଲ୍ଲାସ ଜେନା ହତ୍ୟା ଘଟଣାରେ ପାରାଦ୍ଵୀପ ବିଧାୟକଙ୍କ ମନ୍ତବ୍ୟକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ପାରାଦ୍ଵୀପ, ରାହାମା ଓ କୁଜଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଧାୟକ ସମ୍ବିତ ରାଉତରାୟଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ପାରାଦ୍ବୀପ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ଉଲ୍ଲାସ ଜେନା ମୃତ୍ୟୁ ଘଟଣାକୁ ୫ ବର୍ଷ ବିତିଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଓ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ଘଟଣାର ସତ୍ୟତା ବାହାର କରି ପାରି ନାହିଁ। ଯାହାକୁ ନେଇ ଗତ ତିନିଦିନ ତଳେ ଉଲ୍ଲାସଙ୍କ ଭାଇ ଓ ବୋଉ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏ ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିବା ସହିତ ସ୍ବାମୀ ଓ ଶାଶୁଙ୍କୁ ଜେଲରୁ ମୁକାଳିବା ସହିତ ନ୍ୟାୟ ପାଇଁ ଫୋନ୍ ଯୋଗେ ନିବେଦନ କରୁଥିଲେ। ମାତ୍ର ବିଧାୟକ ତାଙ୍କୁ ଆକ୍ଷେପ କରିଥିଲେ। ଯାହାକୁ ନେଇ ଆଜି ପାରାଦ୍ଵୀପ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ସ୍ଥାନରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିଧାୟକ ମହିଳାଙ୍କୁ ସମ୍ମାନ ଦେବା ବଦଳରେ ଆକ୍ଷେପ କରିବା ଗଣତନ୍ତ୍ର ପାଇଁ ବିପଦ ଏବଂ ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ ବିଧାୟକ ଙ୍କୁ ବିରୋଧ କରାଯିବ ବୋଲି ବିଜେପି ନେତା ପ୍ରକାଶ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.