ETV Bharat / state

ଜଗତସିଂହପୁରରେ ତାତିଲା ବିଜେପି ମହିଳା ମୋର୍ଚ୍ଚା, ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ

author img

By

Published : Oct 20, 2021, 8:33 PM IST

ଜଗତସିଂହପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଥାନାଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଅଧିକ ପଢନ୍ତୁ...

ବିଜେପି ମହିଳା ମୋର୍ଚ୍ଚାର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶପିତୁଳିକା ଦାହ

ଜଗତସିଂହପୁର: ଜିଲ୍ଲାରେ ଆଜି(ବୁଧବାର) ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ସ୍ଥାନୀୟ ଥାନାଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହିତ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ଯେ, ରାଜ୍ୟରେ ନାରୀମାନେ ସୁରକ୍ଷିତ ନୁହଁନ୍ତି । ଖୋଦ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହୁ ଚର୍ଚ୍ଚିତ ମମିତା ହତ୍ୟା ଘଟଣାରେ ସମ୍ପୃକ୍ତ ଥିବାରୁ ତୁରନ୍ତ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଥିଲା। ମୁଖ୍ୟମନ୍ତ୍ରୀ ସବୁ ଜାଣିଶୁଣି ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବା ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.