ETV Bharat / state

ଟୀକାକରଣକୁ ନେଇ ଆଇନଜୀବୀଙ୍କ ଅସନ୍ତୋଷ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି - ଟୀକାକରଣରେ ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଜଗତସିଂହପୁରରେ ଟୀକାକରଣରେ ଅବ୍ୟବସ୍ଥା ନେଇ ଆଇନଜୀବୀ ଗତିକୃଷ୍ଣ ଶତପଥୀଙ୍କ ଅସନ୍ତୋଷ । ଚିଠି ମାଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ସମସ୍ୟା । ଅଧିକ ପଢନ୍ତୁ...

ଟୀକାକରଣକୁ ନେଇ ଆଇନଜୀବୀଙ୍କ ଅସନ୍ତୋଷ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

author img

By

Published : Jun 10, 2021, 10:24 AM IST

ଜଗତସିଂହପୁର: ଟୀକାକରଣକୁ ନେଇ ଖୋଦ ଆଇନଜୀବୀଙ୍କ ଅସନ୍ତୋଷ । ରାଜ୍ୟ ଅର୍ଥନୀତିରେ ଜଗତସିଂହପୁର ଜିଲ୍ଲାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିବାବେଳେ ସବୁ ବିଭାଗରେ ଜଗତସିଂହପୁର ଜିଲ୍ଲା ଅଧିକ ରାଜସ୍ବ ପ୍ରଦାନକାରୀ ଜିଲ୍ଲା । ମାତ୍ର ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଏହି ଜିଲ୍ଲାକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ଗତିକୃଷ୍ଣ ଶତପଥୀ ।

ଟୀକାକରଣକୁ ନେଇ ଆଇନଜୀବୀଙ୍କ ଅସନ୍ତୋଷ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ଟୀକାକରଣ ଓ କୋରୋନା ଟେଷ୍ଟିଂ କାର୍ଯ୍ୟକୁ ରାଜ୍ୟ ସରକାର ଯେତିକି ପ୍ରାଧାନ୍ୟ ଦେଉଛନ୍ତି, ଜଗତସିଂହପୁର ଜିଲ୍ଲାକୁ ସେତିକି ପ୍ରାଧାନ୍ୟ ଦେଉ ନାହାନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଛନ୍ତି ବିଜେଡି ନେତା ଗତିକୃଷ୍ଣ ଶତପଥୀ । ଜିଲ୍ଲାର ସମସ୍ତ ଛୋଟ ବଡ଼ ଡ଼ାକ୍ତରଖାନାରେ ଆବଶ୍ୟକୀୟ ଟୀକା ଓ ଟେଷ୍ଟିଂର ବ୍ୟବସ୍ଥା କରାଇବା ସହ ସବୁ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି କରିବାକୁ ପ୍ରସ୍ତାବ ଦେଇଛନ୍ତି । ଅନ୍ୟ ଜିଲ୍ଲାରେ ୧୮ ରୁ ଊର୍ଦ୍ଧ୍ବ ଟୀକାକରଣ ଆରମ୍ଭ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାରେ ସନ୍ତୋଷଜନକ ଟୀକାକରଣ ହୋଇପାରୁନାହିଁ ।

ତେଣୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ଏକ ଚିଠା ପ୍ରସ୍ତାବ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ସହିତ ଯଦି ଏଥିପ୍ରତି ଧ୍ୟାନ ଦିଆନଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଜରିଆରେ ଦାବି ଉପସ୍ଥାପନ କରାଯିବ । ଦରକାର ପଡିଲେ ଜିଲ୍ଲାର ପ୍ରତ୍ୟେକ ଘରୁ ଏହି ସ୍ବର ଉଠାଇବାକୁ ପ୍ରୟାସ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.